ଡାଲି ପଡି ଯାଇ 8 ଦିନ ତଳେ ମେଡିକାଲାରେ ଭର୍ତ୍ତି ହୋଇଥିଲେ ନାବାଳିକା ଆଡି ତାଙ୍କର ମୃତ ଘଟିଛି । ଚିକିତ୍ସାଦିନ ଅବସ୍ଥାରେ କଟକ ବଡ ମେଡିକାଲରେ ଶିଶୁଟିର ମୃତ୍ୟୁ ହୋଇଛି । ମୃତା ନାବାଳିକା ଗଜପତି ଜିଲ୍ଲା ମୋହନା ବ୍ଲକର ବୋଲି ଜଣାପଡ଼ିଛି।
ଗତ ୧୬ ତାରିଖ ସନ୍ଧ୍ୟାରେ ଦମାଦୁଆ ସରକାରୀ ବାଳିକା ଆଶ୍ରମ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଥିଲା । ରୋଷେୟା ନମିତା ମଲ୍ଲିକ ନିଜ ୫ ବର୍ଷର ଝିଅକୁ ନେଇ ଆଶ୍ରମ ବିଦ୍ୟାଳୟକୁ ରୋଷେଇ କରିବାକୁ ଯାଇଥିଲେ । ମା’ ରୋଷେଇ କରୁଥିବା ବେଳେ ଶିଶୁ କନ୍ୟା ଗରମ ଡାଲିରେ ପଡିଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାକୁ ପ୍ରଥମେ ମୋହନା ଓ ପରେ କଟକ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି କଟକ ମେଡ଼ିକାଲରେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଅଧିକା ପଢନ୍ତୁ: ଗାଁରେ ହାତୀପଲଙ୍କ ଉପଦ୍ରବ