ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀ ଙ୍କ ଉପଦ୍ରବ ଦେଖିବାକୁ ମିଶିଛି । ସୋମବାର ରାତିରେ ନାଇକୁଡି ଗ୍ରାମରେ ୫୦ରୁ ଉର୍ଦ୍ଧ୍ୱ ହାତୀପଲ ଆସି ଧାନ କ୍ଷେତରେ ପଶି ଦଳାଚକଟା କରିଛନ୍ତି । ଫଳରେ ଏକରଏକର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହା ଏବେ ଚାଷୀଙ୍କ ନିଦ ହଜାଇ ଦେଇଛି । ତେବେ ମୟୂରଭଂଜର ଶିମିଳିପାଳ ଅଭୟାରଣ୍ୟ ରେ ନିଆଁ ଲାଗିଥିବାରୁ ହାତୀ ମାନେ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଥିବା ଅନୁମାନ କରାଯାଉଛି । ଏବଂ ବିଳମ୍ବିତ ରାତି ପର୍ଯ୍ଯନ୍ତ ହାତୀପଲ ଚାଷ ଜମିରେ ପଶି ପାଚିଲା ଧାନ ଫସଲ ଖାଇବା ସହ ଦଳାଚକଟା କରିବା ଯୋଗୁଂ ଲକ୍ଷାଧିକ ଟଙ୍କା ର କ୍ଷୟକ୍ଷତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ତେବେ ରାତି ରେ ବନବିଭାଗ ଟିମ ପହଞ୍ଚି ହାତୀ ପଲ କୁ ଘଉଡାଇ ଥିବା ବେଳେ କ୍ଷତିପୂରଣ ଦେବା ପାଇଁ ଚାଷୀମାନେ ସରକାର ଙ୍କୁ ନିବେଦନ କରିଛନ୍ତି।