ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ବନ୍ଦ ହେଲା । ଏବେ ୧୦ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ରାଜ୍ୟରେ ଜାରି ରହିଛି ବର୍ଷା । ଦୁଇ ଦିନ ହେବ ବର୍ଷା ଲାଗିରହିଛି ।ଆଜିଠାରୁ ବଢିବ ବର୍ଷାର ପରିମାଣ। ୧୬ ଯାଏଁ ପ୍ରବଳ ବର୍ଷା ହୋଇପାରେ। ଛତିଶଗଡ଼ରେ ବି ଲଗାଣ ବର୍ଷା ଆଶଙ୍କା ରହିଛି। ସାମ୍ଭାବ୍ୟ ଲଘୁଚାପରୁ ଅବପାତ ସୃଷ୍ଟି ହୋଇଥିବାରୁ ସମ୍ଭାବନା ଥିବାରୁ ପ୍ରବଳ ବର୍ଷା ଲାଗିରହିଛି । ଯଦି ଏମିତି ହୁଏ, ତେବେ ମହାନଦୀ ପୁଣି ଫୁଲିପାରେ। ଯାହା ଫଳରେ ପୁଣି ଗେଟ ଖୋଲିବାର ସମ୍ଭାବନା ରହିଛି ।