ଭୁବନେଶ୍ୱର,୮ଏପ୍ରିଲ(ଖବର ଓଡିଶା); ସମଗ୍ର ରାଜ୍ୟରେ ଓଡିଶା ପୋଲିସ ପକ୍ଷରୁ ୧୦ ଦିନିଆ ସ୍ପେଷାଲ ଡ୍ରାଇଭ୍ ଆରମ୍ଭ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ମାସ୍କ ଏବଂ ସମାଜିକ ଦୁରତା ପାଳନ ନ କରବା ପାଇିଁ ୯୪୦୦ ଜଣ ଅମାନିଆଙ୍କ ପାଖରୁ ୨୫,୦୭,୯୦୦ ଟଙ୍କା ଆଦାୟ କରିଛି ଓଡିଶା ପୋଲିସ ।
ତେବେ ସମଗ୍ର ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବାକୁ ରାଜ୍ୟ ସରକାର ପୋଲିସକୁ ୧୦ ଦିନିଆ ସ୍ପେଷାଲ ଡ୍ରାଇଭ ଚଲାଇବାକୁ ଓଡିଶା ପୋଲିସକୁ ନିର୍ଦେଶ ଦେଇଛନ୍ତି । ତେବେ ଏଥିପାଇଁ ଓଡିଶା ପୋଲିସ ପକ୍ଷରୁ ସମଗ୍ର ରାଜ୍ୟରେ ୧୩୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରରଯାଇଛି । ଏସ୍ପି ଓ ପୋଲିସର ଉଚ୍ଚ ପଦସ୍ତ ଅଫିସର ସାମିଲ ହୋଇଥିବା ବେଳେ ଲୋକ ମାନଙ୍କୁ କୋଭିଡ ଗାଇଡଲାଇନ ପାଳନ କରିବାକୁ ଅନୁରୋଧ କରାଯାଇଛି ।