ଏମଏସକେ ପ୍ରସାଦଙ୍କ ନେତୃତ୍ଵାଧୀନ ଚୟନକର୍ତ୍ତାଙ୍କ କାର୍ଯ୍ୟକାଳ ସମାପ୍ତ : ଗାଙ୍ଗୁଲି
Khabar Odisha:sports--cricket--odisha-the-tenure-of-prasad-led-selection-committee-is-over-says-saurav-gangul
ନୂଆଦିଲ୍ଲୀ, ଡିସେମ୍ଵର୦୧(ଖବର ଓଡିଶା):

ଏମଏସକେ ପ୍ରସାଦଙ୍କ ନେତୃତ୍ଵାଧୀନ ଭାରତୀୟ ଚୟନକର୍ତ୍ତାଙ୍କ କାର୍ଯ୍ୟକାଳ ରବିବାର ସମାପ୍ତ  ହୋଇଛି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ଯେ, ଆପଣ ନିଜର କାର୍ଯ୍ୟକାଳରୁ ଅଧିକ ସମୟ ପଦରେ ରହି ପାରିବେ ନାହିଁ। ପ୍ରସାଦଙ୍କ କାର୍ଯ୍ୟକାଳ ସମାପ୍ତ ହେବା ଅର୍ଥ ଗାଙ୍ଗୁଲିଙ୍କ ନେତୃତ୍ଵାଧୀନ ବିସିସିଆଇ ପୁରୁଣା ସମ୍ବିଧାନ ଅନୁସାରେ ଚାଲୁଛି, ଯେଉଁଥିରେ ଚୟନ ସମିତିର ସର୍ବାଧିକ କାର୍ଯ୍ୟକାଳ ୪ ବର୍ଷ ଥିଲା।

ସଂଶୋଧିତ ସମ୍ବିଧାନରେ ସର୍ବାଧିକ ପାଞ୍ଚ ବର୍ଷର କାର୍ଯ୍ୟକାଳର ପ୍ରାବଧାନ ରହିଛି। ପ୍ରସାଦ ଓ ଗଗନ ଖେଡ଼ାଙ୍କୁ ୨୦୧୫ରେ ନିଯୁକ୍ତ କରାଯାଇଥିବା ବେଳେ ଜତିନ ପରାନଜପେ, ସରନଦୀପ ସିଂହ ଓ ଦେବାଙ୍ଗ ଗାନ୍ଧୀ ୨୦୧୬ରେ ଚୟନ ସମିତିରେ ଯୋଗ ଦେଇଥିଲେ। ମାତ୍ର ବିସିସିଆଇ ପ୍ରମୁଖ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ଯେ, ସମିତିର କୌଣସି ସଦସ୍ୟଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି ହେବ ନାହିଁ। 

ଗାଙ୍ଗୁଲି ବିସିସିଆଇର ୮୮ତମ  ସାଧାରଣ ବାର୍ଷିକ ବୈଠକ ପରେ କହିଛନ୍ତି ଯେ, ଚୟନକର୍ତ୍ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି। ଆପଣ କାର୍ଯ୍ୟକାଳଠୁ ଅଧିକ ସମୟ ପଦରେ ରହି ପାରିବେ ନାହିଁ। ଆପଣମାନେ ଚୟନକର୍ତ୍ତା ଭାବେ ଭଲ ଭାବେ ନିଜର ଦାୟିତ୍ଵ ତୁଲାଇଛନ୍ତି। 

ଗାଙ୍ଗୁଲି କହିଛନ୍ତି, ଆମେ ଚୟନକର୍ତ୍ତାଙ୍କ କାର୍ଯ୍ୟକାଳ ସ୍ଥିର କରିବୁ। ପ୍ରତ୍ୟେକ ବର୍ଷ ଚୟନକର୍ତ୍ତାଙ୍କ ନିଯୁକ୍ତି ଠିକ୍ ହେବ ନାହିଁ। ଭାରତୀୟ ଦଳ ପାଞ୍ଚ ଜଣିଆ ଚୟନକର୍ତ୍ତାଙ୍କ ସମୟରେ ଭଲ ସଫଳତା ହାସଲ କରିଛି ମାତ୍ର ଅନ୍ତରାଷ୍ଟ୍ରୀସ୍ତରରେ କମ୍ ଅନୁଭବ ଥିବା କାରଣରୁ ସେମାନଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଲା।

Subscribe

National International State Sports Entertainment