କୋଲକାତା: ୧୮ତମ ଇଣ୍ଡିଆନ୍ ପ୍ରିମିୟର୍ ଲିଗ ୨୦୨୫ ମହାପର୍ବ ଆରମ୍ଭ ହୋଇଯାଇଛି । କୋଲକାତାର ଇଡେନ୍ ଗାର୍ଡେନ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦଘାଟିତ ହୋଇଛି ଆଇପିଏଲ୍ । ଆଜି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ମୁକାବିଲା ହେବ । ପ୍ରଥମ ଦିନରେ ପ୍ରଥମ ଟସ୍ ଜିତିଛି ଆରସିବି ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମେ କେକେଆର୍ ବ୍ୟାଟିଂ କରିବାକୁ ସୁଯୋଗ ପାଇଛି ।
ବଲିଉଡ୍ କିଙ୍ଗ ଖାନ୍ ଶାହାରଖ ଖାନ ମଞ୍ଚ ପରିଚାଳନା କରିଛନ୍ତି । ଉଦଘାଟନୀ ଉତ୍ସବରେ କଣ୍ଠଶିଳ୍ପୀ ଶ୍ରେୟା ଗୋଷାଲଙ୍କ ଗୀତରେ ଯାଦୁରେ ସମସ୍ତ ଦର୍ଶକ ଝୁମିଥିବାବେଳେ ଅଭିନେତା ଦିଶା ପଟାନୀ ତାଙ୍କର ଜଲବା ଦେଖାଇଛନ୍ତି । ସେହିପରି କରଣ ଔଜଲା ମଧ୍ୟ ଦର୍ଶକଙ୍କ ମନରୋଞ୍ଜନ କରିଛନ୍ତି । ଶେଷରେ ବିରାଟ କୋହଲି ଏବଂ ରିଙ୍କୁ ସିଂହ ମଧ୍ୟ ଯୋଗ ଦେଇ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ ।
କେକେଆର୍ ଏବଂ ଆରସିବି ମଧ୍ୟରେ ମୋଟ ୩୫ ମ୍ୟାଚ୍ ଖେଳାଯାଇଛି । ଏଥିରେ କେକେଆର୍ ଆଗରେ ରହିଛି । କେକେଆର୍ ୨୧ଟି ମ୍ୟାଚ୍ ଜିତିଥିବାବେଳେ ଆରସିବି ମାତ୍ର ୧୪ଟି ଜିତିବାକୁ ସକ୍ଷମ ହୋଇଛି ।