ଇଂରେଜଙ୍କ ମାଟିରେ ୩ଟେଷ୍ଟ ଜିତିବାରେ ପ୍ରଥମ ଭାରତୀୟ କ୍ୟାପଟେନ୍ ହେଲେ ବିରାଟ କୋହଲି
Khabar Odisha:Sports-cricket-Virat-Kohlis-team-India-wins-at-Oval-after-50-years-test-stats-all-records-made

ଇଂଲଣ୍ଡ, ସେପ୍ଟେମ୍ବର ୦୭ (ଖବର ଓଡ଼ିଶା): ଭାରତ ଲଣ୍ଡନର ଐତିହାସିକ ଓଭାଲ ପଡ଼ିଆରେ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରିବା ସହିତ ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ ରହିଛି । ଟିମ୍ ଇଣ୍ଡିଆର ଓଭାଲରେ ଏହା ହେଉଛି ୨ୟ ବିଜୟ । ଏହାର ଠିକ୍ ୫୦ ବର୍ଷ ୧୩ ଦିନ ପୂର୍ବରୁ ଭାରତ ଓଭାଲରେ ଟେଷ୍ଟ ମ୍ୟଚ ଜିତିବା ସହିତ ଶୃଙ୍ଖଳାକୁ ନିଜ ନାଁରେ କରିଥିଲଶ । ଭାରତ ୧୯୭୧ ମସିହା ଅଗଷ୍ଟ ୨୪ ତାରିଖ ଦିନ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରିଥିଲା । 

କୌଣସ ଏକ ଶୃଙ୍ଖଳାରେ ଭାରତ ଲଡ୍‌ର୍ସ ଏବଂ ଓଭାଲରେ ପ୍ରଥମ ଥର ଟେଷ୍ଟ ମ୍ୟାଚ ଜିତିଛି । ଏହା ପୂର୍ବରୁ ଗୋଟିଏ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ଏହି କାମ ୫ଥର, ୱେଷ୍ଟଇଣ୍ଡିଜ ୪ ଥର, ପାକିସ୍ତାନ ୩ ଥର, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଥରଟିଏ ଲେଖାଏଁ ଏଭଳି କାମ କରିଥିଲେ । 

ବିରାଟ କୋହଲି ଇଂଲଣ୍ଡ ମାଟିରେ ୩ଟି ଟେଷ୍ଟ ମ୍ୟାଚ ଜିତିବାରେ ପ୍ରଥମ ଭାରତୀୟ ଅଧିନାୟକ । କୋହଲି ଇଂଲଣ୍ଡ ବିପକ୍ଷରେ ୧୦ମ ଟେଷ୍ଟ ମ୍ୟାଚ ଜିତିଛନ୍ତି । ଭାରତୀୟ ଟିମ ପ୍ରଥମ ପାଳିରେ ୨୦୦ରୁ କମ ରନ ସଂଗ୍ରହ କରିଥିଲେ ବି ଟେଷ୍ଟ ମ୍ୟାଚ ଜିତିବାରେ ସଫଳ ହୋଇଛି । ଏହା ପୂର୍ବରୁ ଭାରତ ୨୦୧୮ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଭଳି ଅନୁଭୂତି ହାସଲ କରିଥିଲା । ଓଭାଲ ଟେଷ୍ଟରେ ୨ୟ ପାଳିରେ ୧୨୭ ରନ୍ ସଂଗ୍ରହ କରିଥିବା ରୋହିତ ଶର୍ମାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ ଭାବେ ଚୟନ କରାଯାଇଥିଲା । 

 

  • Tags:

Subscribe

National International State Sports Entertainment