ଭାରତ ବନାମ ୱେଷ୍ଟଇଣ୍ଡିଜ: ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ କୋହଲି କରିବେ ଏହି ରେକର୍ଡ!
Khabar Odisha:Sports-cricket-India-Vs-West-Indies-2nd-T-20i-stat-preview-and-numbers

ଥିରୁବନନ୍ତପୁରମ, ଡିସେମ୍ବର ୦୮ (ଖବର ଓଡ଼ିଶା): ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ର ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ରବିବାର ଥିରୁବନନ୍ତପୁରମରେ ହେବ। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୫ଟି ଓ୍ଵିକେଟରେ ୨୦୭ ରନ୍‌ କରିବା ପରେ ଅଧିନାୟକ ବିରାଟ କୋହଲିଙ୍କ ୯୪ ରନ ବଳରେ ଭାରତ ୮ଟି ବଲ ବାକି ଥାଇ ୪ଟି ଓ୍ଵିକେଟ ବିନିମୟରେ ୨୦୯ ରନ୍‌ କରିବା ସହିତ ମ୍ୟାଚ୍‌ ଜିତିଥିଲା। ଏହି ମ୍ୟାଚ୍‌ରେ ଅନେକ ରେକର୍ଡ ସୃଷ୍ଟି ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଆହୁରି ଅନେକ ରେକର୍ଡ ସ୍ଥାପନ ହେବାର ଆଶା ଦେଖାଯାଉଛି।

ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତ ମାଟିରେ ୯୭୫ ରନ୍‌ ସଂଗ୍ରହ କରିଛନ୍ତି। ଭାରତରେ ୧୦୦୦ ଟି-୨୦ ରନ୍‌ ପୂରା କରିବାରେ ସେ ପ୍ରଥମ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ହାସଲ କରିବାର ସୁଯୋଗ ପାଇପାରିଛନ୍ତି। କୋହଲିଙ୍କୁ ଏଥି ପାଇଁ ଆଉ ୨୫ ରନ୍‌ ଆବଶ୍ୟକ ଅଛି। ଏଥି ସହିତ କୌଣସି ଦେଶରେ ୧୦୦୦ ଟି-୨୦ ରନ୍‌ ପୂରା କରିବାରେ ସେ ଚତୁର୍ଥ ଖେଳାଳି ହୋଇପାରିବେ। କିରଣ ପୋଲାର୍ଡ ଟି-୨୦ ଅନ୍ତର୍ଜାତୀୟରେ ୯୯୦ ରନ୍‌ କରିଛନ୍ତି। ସେ ମଧ୍ୟ ଆଉ ୧୦ ରନ୍‌ ସଂଗ୍ରହ କରିବା ପରେ ୧୦୦୦ ରନ୍‌ ପୂରା କରିପାରିବେ।

ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୩୯୯ ଛକା ମାରିଛନ୍ତି। କେବଳ ଗୋଟିଏ ଛକା ମାରିବା ପରେ ୪୦୦ ଛକା କ୍ଲବରେ ସାମିଲ ହୋଇପାରିବେ। ଏଭଳି କାମ କରିବାରେ ସେ ବିଶ୍ୱର ତୃତୀୟ ଓ ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇପାରିବେ। କାରଣ କ୍ରିସ ଗେଲ ୫୩୪ଟି ଓ ଶାହିଦ ଆଫ୍ରିଦୀ ୪୭୬ଟି ଛକା ମାରିଛନ୍ତି।  

ୟୁଜବେନ୍ଦ୍ର ଚହଲ ୩୫ଟି ଟି-୨୦ ମ୍ୟାଚ୍‌ରେ ୫୨ଟି ଓ୍ଵିକେଟ ହାସଲ କରିଛନ୍ତି। ସେ ଭାରତ ତରଫରୁ ସର୍ବାଧିକ ଓ୍ଵିକେଟ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କ ସମକକ୍ଷ ହେବା ପାଇଁ ଆଉ ଗୋଟିଏ ଓ୍ଵିକେଟ ଦରକାର କରୁଛନ୍ତି।

 

  • Tags:

Subscribe

National International State Sports Entertainment