ବ୍ରିସବେନ, ଜାନୁଆରୀ ୧୯ (ଖବର ଓଡ଼ିଶା): ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ୪ର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ ଆଜି ଶେଷ ହେବ । ଭାରତ ୨ୟ ପାଳିରେ ବ୍ୟାଟିଂ ଜାରି ରଖିଛି । ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବ୍ରିସବେନ୍ର ଦ ଗାୱା ଷ୍ଟାଡିୟମରେ ଆୟୋଜକ ଦଳ ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଶେଷ ରିପୋର୍ଟ ଲେଖାଯିବା ବେଳକୁ କ୍ରିଜରେ ଅଛନ୍ତି ଶୁଭମନ ଗିଲ (୬୪) ଓ ଚେତେଶ୍ୱର ପୂଜାରା (୮) । ଭାରତର ସ୍କୋର ଗୋଟିଏ ୱିକେଟରେ ୮୩ ରନରେ ପହଂଚିଛି । ରୋହିତ ଶର୍ମା ୭ ରନ ସଂଗ୍ରହ କରି ପେଟ କମିନସଙ୍କ ବଲରେ ଆଉଟ ହୋଇଥିଲେ ।
ଦ୍ୱିତୀୟ ପାଳିରେ ଅଷ୍ଟ୍ରେଲିଆର ଓପନର ମାର୍କସ ହେରିସ ଓ ଡେଭିଡ ୱାର୍ଣ୍ଣର ଯଥାକ୍ରମେ ୩୮ ଓ ୪୮ ରନ କରିଥିଲେ । ହେରିସଙ୍କୁ ଶାର୍ଦ୍ଦୁଲ ଠାକୁର ଓ ୱାର୍ଣ୍ଣରଙ୍କୁ ୱାଶିଂଟନ ସୁନ୍ଦର ଆଉଟ କରିଥିଲେ । ମାର୍ନୁସ ଲବୁସଚେଞ୍ଜ ୨୫ ରନ ଯୋଡ଼ିଥିବା ବେଳେ ମ୍ୟାଥ୍ୟୁ ୱାଡେ ଖାତା ଖୋଲି ନପାରି ମହମ୍ମଦ ସିରାଜଙ୍କ ଦ୍ୱାରା ଆଉଟ ହୋଇଥିଲେ । ମାର୍ନୁସଙ୍କୁ ସିରାଜ ଆଉଟ କରିଥିଲେ । ଲବୁସଚେଞ୍ଜଙ୍କ ୨୫ ରନ, ଷ୍ଟିଭ ସ୍ମିଥଙ୍କ ୫୫ ରନ, କେମରନ ଗ୍ରୀନଙ୍କ ୩୭ ରନ, ପେନଙ୍କ ୨୭ ରନ ଓ ପେଟ କମିଂସଙ୍କ ୨୮ ରନ୍ ବଳରେ ଅଷ୍ଟ୍ରେଲିଆ ୨୯୪ ରନ କରିଥିଲା ।
ଭାରତ ପ୍ରଥମ ଇନିଂସରେ ଲଢୁଆ ବ୍ୟାଟିଂ କରି ୩୩୬ ରନ କରିଥିଲା । ଓପନର ରୋହିତ ଶର୍ମା (୪୪ ରନ୍), ଶୁଭମନ ଗିଲ (୭ରନ), ଚେତେଶ୍ୱର ପୂଜାରା (୨୫ରନ୍) ଅଧିନାୟକ ଆଜିଙ୍କ୍ୟ ରାହାଣେ ୩୭ ରନ, ମୟଙ୍କ ଅଗ୍ରୱାଲ ୩୮ ରନ, ଋଷଭ ପନ୍ତ ୨୩ ରନ, ୱାଶିଂଟନ ସୁନ୍ଦର ୬୨ ରନ, ଶାର୍ଦ୍ଦୁଲ ଠାକୁର ୫ ରନ, ନଭଦୀପ ସଇନୀ ୧୩ ରନ ଓ ଟି ନଟରାଜନ ୧ ରନ କରିଥିଲେ ।
ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୬୯ ରନ କରିଥିଲା । ଭାରତୀୟ ବୋଲର ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ଓ ଟି ନଟରାଜନଙ୍କୁ ୩-୩ଟି ୱିକେଟ ମିଳିଥିବା ବେଳେ ମହମ୍ମଦ ସିରାଜକୁ ଗୋଟିଏ ୱିକେଟ ମିିଳିଥିଲା ।