ନୂଆଦିଲ୍ଲୀ, ଅଗଷ୍ଟ ୧୬ (ଖବର ଓଡ଼ିଶା): ଫିଫା ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଫିଫା)କୁ ତତ୍କାଳ ପ୍ରଭାବରେ ନିଲମ୍ବିତ କରିଦେଇଛି । ଫିଫା ଥାର୍ଡ ପାର୍ଟିର ଅନୁଚିତ ପ୍ରଭାବର ଆଳ ଦେଖାଇ ଭାରତର ଫୁଟବଲ ଫେଡେରେଶନକୁ ନିଲମ୍ବିତ କରିଛି । କେବଳ ସେତିକି ନୁହେଁ ଆସନ୍ତା ଅକ୍ଟୋବରରେ ଭାରତରେ ଆୟୋଜିତ ହେବାକୁ ଥିବା ୧୭ ବର୍ଷରୁ କମ ଫିଫା ମହିଳା ବିଶ୍ୱକପ-୨୦୨୨କୁ ମଧ୍ୟ ଛଡ଼ାଇ ନେଇଛି ।
ଫିଫା ନିଜର ବୟାନରେ କହିଛି ଯେ, ଏଆଏଫ୍ଏଫ୍ କାର୍ଯ୍ୟକାରୀ କମିଟିର ଶକ୍ତିକୁ ଗ୍ରହଣ କରିବା ପାଇଁ ପ୍ରଶାସନଙ୍କ ଏକ ସମିତି ଗଠିତ କରିବା ଆଦେଶର ନିରସ୍ତ ହେବା ଏବଂ ଏଆଇଏଫଏଫ୍ ପ୍ରଶାସନ ଦ୍ୱାରା ଦୈନିକ ମାମଲା ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ପରେ ନିଲମ୍ବନ ହଟାଇ ନିଆଯିବ ।
ଫିଫାର କହିଛି ଯେ, ନିଲମ୍ବନର ଅର୍ଥ ହେଲା ଯେ, ଭାରତରେ ୨୦୨୨ ଅକ୍ଟୋବର ୧୧-୩୦ରେ ହେବାକୁ ଥିବା ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପରେ ଆୟୋଜନ ହୋଇପାରିବ ନାହିଁ । ମାତ୍ର ଫିଫା କହିଛି ଯେ, ଏହି ଟୁର୍ଣ୍ଣାମେଣ୍ଟସଂପର୍କିତ ଆଗାମୀ ପଦକ୍ଷେପକୁ ଆକଳନ କରାଯାଉଛି ଏବଂ ଆବଶ୍ୟକ ପଡ଼ିଲେ ଏହି ମାମଲାକୁ ବ୍ୟୁରୋକୁ ପଠାଯିବ ।