ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ବିଶାଖାପଟନମରେ ଖେଳାଯିବ । ଏହା ପୂର୍ବରୁ ଶୁକ୍ରବାର ଭାରତୀୟ ଦଳ ଅଭ୍ୟାସ କରିଛନ୍ତି । ଏଥିରେ ମାତ୍ର ୪ ଖେଳାଳି ସାମିଲ୍ ହୋଇଥିଲେ । ବିରାଟ କୋହଲିଙ୍କଠୁ ନେଇ ରୋହିତ ଶର୍ମା ଓ କେଏଲ ରାହୁଲ ଏହି ପ୍ରାକ୍ଟିସ ସେସନରେ ଯୋଗ ଦେଇ ନ ଥିଲେ ।
ଅଭ୍ୟାସ ସେସନରେ ସାମିଲ୍ ହୋଇଥିବା ଚାରି ଖେଳାଳି ଯଶସ୍ୱୀ ଜୟସ୍ୱାଲ, ତିଳକ ବର୍ମା, ୱାଶିଂଟନ ସୁନ୍ଦର ଓ ନୀତିଶ କୁମାର ରେଡ୍ଡୀ । ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ନ୍ୟତିତ ସପୋର୍ଟ ଷ୍ଟାଫର ଅନ୍ୟ ସଦସ୍ୟ ମଧ୍ୟ ପହଞ୍ଚିଥିଲେ । ଉଲ୍ଲେଖନୀୟ ତୃତୀୟ ଦିନିକିଆ ପାଇଁ ଭାରତୀୟ ଦଳ କୌଣସି ଅଭ୍ୟାସ ସେସନ ରଖି ନାହିଁ । ଏହା ଏକ ବିକଳ୍ପ ସେସନ ଥିଲା । ଏଥିପାଇଁ ଉପରୋକ୍ତ ଚାରି ଖେଳାଳିଙ୍କ ବ୍ୟତୀତ ଅନ୍ୟ ଖେଳାଳି ବିଶ୍ରାମ ନେବାକୁ ନିର୍ଣ୍ଣୟ ନେଇଥିଲେ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ଦିନିକିଆ ମ୍ୟାଚ୍ ଯଶସ୍ୱୀ ଜୟସ୍ୱାଲ ଏବଂ ୱାଶିଂଟନ ସୁନ୍ଦରଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବ। ଶୁଭମନ ଗିଲଙ୍କ ଅନୁପସ୍ଥିତିରେ, ଯଶସ୍ୱୀ ଜୟସ୍ୱାଲ ଉଭୟ ମ୍ୟାଚ୍ରେ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ କରିଛନ୍ତି, କିନ୍ତୁ ଦୁଇଟି ଇନିଂସରେ ମାତ୍ର ୪୦ ରନ୍ କରିଛନ୍ତି। ଦିନିକିଆ ଦଳରେ ସ୍ଥାନ ପାଇଁ ଦାବିଦାର ହେବା ପାଇଁ ତୃତୀୟ ମ୍ୟାଚ୍ରେ ଭଲ ପ୍ରଦର୍ଶନ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଅନ୍ୟପକ୍ଷରେ, ରାଞ୍ଚିରେ ୱାଶିଂଟନ ସୁନ୍ଦରଙ୍କୁ କେଏଲ ରାହୁଲଙ୍କ ପୂର୍ବରୁ ୫ ନମ୍ବରରେ ବ୍ୟାଟିଂ କରିବାକୁ ସୁଯୋଗ ଦିଆଯାଇଥିଲା ।, କିନ୍ତୁ ସେ ମାତ୍ର ୧୩ ରନ କରି ଆଉଟ ହୋଇଥିଲେ। ଦ୍ୱିତୀୟ ମ୍ୟାଚରେ ସେ ମାତ୍ର ଗୋଟିଏ ରନ କରିବା ପରେ ରନ ଆଉଟ ହୋଇଥିଲେ। ସୁନ୍ଦର ଏହି ସିରିଜରେ ଗୋଟିଏ ବି ୱିକେଟ୍ ନେଇନାହାଁନ୍ତି। ତେଣୁ, ତାଙ୍କୁ ଯେକୌଣସି ମୂଲ୍ୟରେ ଭଲ ପ୍ରଦର୍ଶନ କରିବାକୁ ପଡିବ।
ଭାରତର ଙଊଓ ଉପ-ଅଧିନାୟକ ଶ୍ରେୟସ ଆୟର ମଧ୍ୟ ଏହି ସିରିଜରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଋତୁରାଜ ଗାୟକୱାଡଙ୍କୁ ୪ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ଦିଆଯାଇଥିଲା। ପ୍ରଥମ ମ୍ୟାଚ୍ ଆରମ୍ଭରେ ସେ ଆଉଟ୍ ହୋଇଥିଲେ, କିନ୍ତୁ ଦ୍ୱିତୀୟ ମ୍ୟାଚ୍ରେ ୧୦୫ ରନ ଶତକ ସହିତ ସୁଯୋଗର ଫାଇଦା ଉଠାଇଥିଲେ।
Also read: