ହରାରେ: ଜିମ୍ବାୱେ ଗସ୍ତରେ ଭାରତୀୟ ଖେଳାଳିମାନେ ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ହରାରେ ସ୍ପୋର୍ଟସ କ୍ଲବରେ ରବିବାର ଖେଳାଯାଇଥିବା ମ୍ୟାଚ୍ରେ ଆୟୋଜକ ଟିମ୍କୁ ଭାରତ ୧୦୦ ରନ୍ରେ ପରାସ୍ତ କରିଛି। ଭାରତକୁ ଘରୋଇ ଦଳ ପ୍ରଥମ ମ୍ୟାଚରେ ୧୩ ରନ୍ରେ ପରାସ୍ତ କରିଥିଲା। ଦ୍ବିତୀୟ ମ୍ୟାଚରେ ବିଜୟ ହାସଲ କରିବା ପରେ ଶୃଙ୍ଖଳା ୧-୧ରେ ପହଞ୍ଚିଛି।
ଦ୍ବିତୀୟ ମୁକାବିଲାରେ ଭାରତର ଯୁବ ବ୍ୟାଟର ଅଭିଷେକ ଶର୍ମା ୪୭ଟି ବଲ ଖେଳି ଶତକୀୟ ଇନିଂସ ଖେଳିଥିଲେ। ଫଳରେ ଭାରତୀୟ ଟିମ୍ ୨୩୫ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ଜିମ୍ବାୱେ ୧୩୪ ରନ୍ରେ ପୂରା ଟିମ୍ର ଖେଳାଳିମାନେ ଆଉଟ୍ ହୋଇଯାଇଥିଲେ। ଜିମ୍ବାୱେ ପାଇଁ ୱେସ୍ଲୀ ମଧେୱେର ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିଲେ। ବ୍ରାୟନ ବେନେଟ ୯ଟି ବଲ୍ ଖେଳି ୨୬ ରନ୍ ସଂଗ୍ରହ କରିଥିଲେ। ଶେଷର ଲ୍ୟୁକ ଜୋଗୱେ ୩୩ ରନ୍ ଯୋଡ଼ିଥିଲେ। ମାତ୍ର କୌଣସି ଖେଳାଳି ମ୍ୟାଚ ଜିତାଇପାରି ନଥିଲେ।
ବ୍ୟାଟିଂ ପରେ ଭାରତୀୟ ବୋଲରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତ ପାଇଁ ମୁକେଶ କୁମାର ଓ ଆଭେସ ଖାନ ୩-୩ ୱିକେଟ୍ ନିଜ ନାମରେ କରିଥିଲେ। ଅନ୍ୟପଟରେ ଏହି ମୁକାବିଲାରେ ସ୍ପିନରମାନେ ମଧ୍ୟ ଭଲ ବୋଲିଂ କରିଥିଲେ। ରବି ବିଶ୍ନୋୟୀ ୨ ୱିକେଟ ନେଇଥିଲେ। ଏହା ବାଦ୍ ୱାଶିଂଟନ ସୁନ୍ଦରଙ୍କୁ ଗୋଟିଏ ସଫଳତା ମିଳିଥିଲା।