ପ୍ୟାରିସ୍/ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ରବିବାର ଭାରତକୁ ପ୍ରଥମ ପଦକ ମିଳିବା ପରେ ଆଜି (ସୋମବାର) ଗୋଟିଏ କି ଦୁଇଟି ନୁହେଁ। ବରଂ ୩ଟି ସ୍ବର୍ଣ୍ଣ ପଦକ ଭାରତର ବ୍ୟାଗ୍ରେ ଭର୍ତ୍ତି ହୋଇପାରେ। ଭାରତୀୟ ଖେଳାଳି, କୋଚ, ଷ୍ଟାଫ୍ ଓ ପ୍ରଶଂସକମାନେ ଏହିଭଳି ଆଶା କରୁଛନ୍ତି। ଦୁଇଟି ପଦକ ବ୍ୟକ୍ତିଗତ ଖେଳାଳି ଏବଂ ଗୋଟିଏ ଦଳଗତ ପଦକ ଆସିପାରେ ବୋଲି ଆଶା କରାଯାଉଛି। ଶୁଟିଂରେ ଦୁଇଟି ବ୍ୟକ୍ତିଗତ ପଦକ ଆସିପାରେ। ବାକି ତୀରନ୍ଦାଜିରେ ଗୋଟିଏ ପଦକ ଆଶା କରାଯାଉଛି।
ଶୁଟିଂରେ ରମିତା ଜିନ୍ଦଲ ଓ ଅର୍ଜୁନ ବାବୁତା ପଦକ ସଂଖ୍ୟା ବଢ଼ାଇବାକୁ ଚେଷ୍ଟା କରିବେ। ରବିବାର ମହିଳା ୧୦ ମିଟର ଏୟାର ରାଇଫଲ ଯୋଗ୍ୟତା ପର୍ଯ୍ୟାୟରେ ରମିତା ପଞ୍ଚମ ସ୍ଥାନରେ ରହିଥିଲେ। ଅର୍ଜୁନ ବାବୁତା ପୁରୁଷ ୧୦ ମିଟର ଏୟାର ରାଇଫଲ ଯୋଗ୍ୟତା ପର୍ଯ୍ୟାୟରେ ସପ୍ତମ ସ୍ଥାନରେ ରହିଥିଲେ। ଯୋଗ୍ୟତା ପର୍ଯ୍ୟାୟରୁ ମୋଟ ୮ ଜଣ ଖେଳାଳି ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଛନ୍ତି। ଅପରାହ୍ନ ୧ଟାରେ ରମିତା ଜିନ୍ଦଲ ଏବଂ ଅପରାହ୍ନ ୩ଟା ୩୦ରେ ଅର୍ଜୁନ ବାବୁତାଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ।
ସେହିପରି ଧୀରଜ ବୋମ୍ଦେବରା, ତରୁଣଦୀପ ରାୟ ଓ ପ୍ରବୀଣ ଯାଦବଙ୍କୁ ନେଇ ଗଠିତ ତୀରନ୍ଦାଜୀ ଦଳ ମଧ୍ୟ ପଦକ ଜିତିବ ବୋଲି ଆଶା କରାଯାଉଛି। ଆଜି ଭାରତର ବ୍ୟାଗରେ କେତେ ପଦକ ଆସୁଛି ତାହା ଦେଖିବା ରୋଚକ ହେବ। ଶୁଟିଂ ଓ ତୀରନ୍ଦାଜି ବ୍ୟତୀତ ଭାରତୀୟ ଆଥଲେଟମାନେ ଅନ୍ୟାନ୍ୟ କ୍ରୀଡ଼ାରେ ନିଜର ଯାଦୁ ବିସ୍ତାର କରୁଥିବା ଦେଖିବାକୁ ମିଳିବ।
ଅଲିମ୍ପିକ୍ସରେ ଆଜି ଭାରତର କ୍ରୀଡ଼ାସୂଚୀ
ବ୍ୟାଡମିଣ୍ଟନ:
ପୁରୁଷ ଡବଲ୍ସ ଗ୍ରୁପ ସି: ସାତ୍ବିକସାଈରାଜ ରଂକୀରେଡ୍ହୀ/ଚିରାଗ ଶେଟ୍ଟି ବନାମ ମାର୍କ ଲମ୍ସଫସ/ମାର୍ଗିନ ସୀଡେଲ- ମଧ୍ୟାହ୍ନ ୧୨ଟା ମିନିଟ୍
ମହିଳା ଡବଲ୍ସ ଗ୍ରୁପ ସି: ତନୀଷା କ୍ରାଷ୍ଟୋ/ଅଶ୍ବିନୀ ପୋନପ୍ପା ବନାମ ନାମୀ ମାତ୍ସୁୟାମା/ଚିହାରୁ ଶିଦା- ଅପରାହ୍ଣ ୧୨ଟା ୫୦ ମିନିଟ୍
ପୁରୁଷ ଏକକ ଗ୍ରୁପ ଏଲ- ଲକ୍ଷ୍ୟ ସେନ ବନାମ ଜୁଲି୍ରନ କେରାଗୀ- ସନ୍ଧ୍ୟା ୫ଟା ୩୦ ମିନିଟ୍
ଟେବୁଲ ଟେନିସ:
ମହିଳା ଏକକ ରାଉଣ୍ଡ ଅଫ୍ ୩୨- ମନିକା ବାତ୍ରା ବନାମ ପୃଥିକା ପାୱାଡେ – ଅପରାହ୍ଣ ୧୨ଟା ୩୦ ମିନିଟ୍
ହକି:
ପୁରୁଷ ପୁଲ ବି- ଭାରତ ବନାମ ଆର୍ଜେଣ୍ଟିନା- ସନ୍ଧ୍ୟା ୪ଟା ୧୫ ମିନିଟ
ଆର୍ଚେରୀ
ପୁରୁଷ ଟିମ୍ କ୍ବାର୍ଟରଫାଇନାଲ- ଧୀରଜ ବୋମ୍ମଦେଓରା, ତରୁଣଦୀପ ରାୟ ଓ ପ୍ରବୀଣ ଯାଧବ -ସନ୍ଧ୍ୟା ୬ଟା ୩୧ ମିନିଟ୍
ପୁରୁଷ ଟିମ ସେମିଫାଇନାଲ (ଯୋଗ୍ୟତା ଆଧାରରେ)- ଧୀର ବୋମ୍ମଦେୱରା, ତରୁଣଦୀପ ରାୟ ଓ ପ୍ରବୀଣ ଯାଧବ- ୭ଟା ୧୭ ମିନିଟ୍
ପୁରୁଷ ଟିମ୍ କାଂସ୍ୟ ପଦକ ମ୍ୟାଚ- (ଯୋଗ୍ୟତା ଆଧାରରେ) ଧୀରଜ ବୋମ୍ମଦେୱରା, ତରୁଣଦୀପ ରାୟ ଓ ପ୍ରବୀଣ ଯାଧବ – ରାତି ୮ଟା ୧୮ ମିନିଟ୍
ପୁରୁଷ ଟିମ୍ ସ୍ବର୍ଣ୍ଣ ପଦକ ମ୍ୟାଚ- ଯୋଗ୍ୟତା ଆଧାରରେ) ଧୀରଜ ବୋମ୍ମଦେୱରା, ତରୁଣଦୀପ ରାୟ ଓ ପ୍ରବୀଣ ଯାଧବ – ରାତି ୮ଟା ୪୧ ମିନିଟ୍
ଶୁଟିଂ:
୧୦ ମିଟର ଏୟାର ପିସ୍ତଲ ମିକ୍ସ ଟିମ- ସରବଜୋତ ସିଂହ/ମନୁ ଭାକର ଓ ଅର୍ଜୁନ ଚୀମା/ରିଦମ ସାଂଗୱାନ – ଅପରାହ୍ଣ ୧୨ଟା ୪୫ ମିନିଟ
ପୁରୁଷ ଟ୍ରପ ଯୋଗ୍ୟତା ପର୍ଯ୍ୟାୟ- ପୃଥ୍ବୀରାଜ ଟେଣ୍ଡିମନ – ଅପରାହ୍ଣ ୧ଟା
ମହିଳା ୧୦ ମିଟର ଏୟାର ରାଇଫଲ ଫାଇନାଲ- ରମିତା ଜିନ୍ଦଲ- ଅପରାହ୍ଣ ୧ଟା
ପୁରୁଷ ୧୦ ମିଟର ଏୟାର ରାଇଫଲ ଫାଇନାଲ- ଅର୍ଜୁନ ବାବୁତା- ଅପରାହ୍ଣ ୩ଟା ୩୦