ଆଜିଠୁ ଆରମ୍ଭ ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦିନିକିଆ ସିରିଜ୍ । ଟସ୍ ଜିତି ଭାରତ ର ବ୍ୟାଟିଂ ନିଷ୍ପତି | ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଆଜି ହାଇଦ୍ରାବାଦରେ ଖେଳାଯାଉଛି । ଦ୍ଵିତୀୟ ଦିନିକିଆ ଜାନୁଆରୀ ୨୧ ରାୟପୁରରେ ଏବଂ ତୃତୀୟ ମ୍ୟାଚ୍ ଇନ୍ଦୋରରେ ଜାନୁଆରୀ ୨୪ରେ ଖେଳାଯିବ । ବ୍ୟାକ୍ ଇଞ୍ଜୁରୀ ପାଇଁ ଦଳର ନିୟମିତ ସଦସ୍ୟ ଶ୍ରେୟସ ଆୟର ସିରିଜରୁ ବାଦ ପଡ଼ିଛନ୍ତି। ସେ ଆହତ ହେବାରୁ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ଯିବେ। ଦିନିକିଆ ସିରିଜ୍ରୁ ଆୟର ବାଦ ପଡ଼ିବାରୁ ତାଙ୍କ ବଦଳ ଖେଳାଳି ଭାବେ ରଜତ ପାଟିଦାରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି ।