ଆଜିଠାରୁ ଆରମ୍ଭ ହେଉଛି ଭାରତ-ବାଂଲାଦେଶ ଦିନିକିଆ ସିରିଜ | ଭାରତ ବନାମ ବାଂଲାଦେଶ ମୁକାବିଲା ରେ ଆଜି ବାଂଲାଦେଶ ଅଧିନାୟକ ଲିଟନ ଦାସ ଟସ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଭାରତ 2015 ପରେ ପ୍ରଥମ ଥର ପାଇଁ ବାଂଲାଦେଶ ଟୁରରେ ଯାଇଛନ୍ତି | ଯୁବ ତାରକା ବୋଲର କୁଲଦୀପ ସେନ ଆଜି ପଡିଆକୁ ଓଲ୍ହାଇବେ | ଆଜି 11ଜଣ ଖେଳାଳିଙ୍କ ମଧ୍ୟରେ ଶିଖର ଧାୱନ, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆଇଏର, କେ ଏଲ ରାହୁଲ, ଵଶୀଙ୍ଗଟନ ସୁନ୍ଦର, ଶାହଵାଜ଼ ଆହଃମେଡ଼, ସାରଦୁଲ ଠାକୁର, ଦୀପକ ଚାହର, ମହମ୍ମଦ ଶ୍ରୀରାଜ ଏବଂ କୁଲଦୀପ ସେନ ଖେଳିବେ | ଋଷବ ପଂଥ ଆହତ କାରଣରୁ ଦିନିକିଆ ସିରିଜ ରୁ ବାଦ ପଡିଛନ୍ତି |
ଏପଟେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍ରୁ ବାଦ ପଡ଼ିଛନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି । ତାଙ୍କ ସ୍ଥାନରେ ଯୁବ ବୋଲର ଉମ୍ରାନ ମଲିକଙ୍କୁ ସ୍କ୍ବାଡରେ ସାମିଲ କରାଯାଇଛି । ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ । ଏହା ପୂର୍ବରୁ ଶିଖର ଧଓ୍ବନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିଥିଲା ଟିମ୍ ଇଣ୍ଡିଆ |