FIH PRO LEGUE 2020 ପାଇଁ ଘୋଷଣା ହେଲା ଭାରତୀୟ ହକି ଦଳ
Khabar Odisha:Hockey-India-on-Monday-named-a-20-member-Indian-Mens-Hockey-Team-FIH-Hockey-Pro-League-2020
ନୂଆଦିଲ୍ଲୀ, ଜାନୁଆରୀ ୧୩ (ଖବର ଓଡିଶା) :

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା FIH PRO LEGUE 2020 ପାଇଁ ଘୋଷଣା ହେଲା 20 ଜଣ ଭାରତୀୟ ଖେଳାଳିଙ୍କ ତାଲିକା  । ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଲେ 2 ଓଡ଼ିଆ ଖେଳାଳି  । ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସଙ୍କୁ ଚିମରେ ମିଳିଛି ସ୍ଥାନ । 

ଚଳିତ ମାସ ଜାନୁଆରୀ 18, 19 ରେ ନେଦରଲାଣ୍ଡ ସହ 2 ଟି FIH PRO LEGUE ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ କାର୍ଯ୍ୟକ୍ରମ ରହିଛି । ମେ ମାସ ପର୍ଯ୍ୟନ୍ତ FIH PRO LEGUE ବିଭିନ୍ନ ସ୍ତରରେ ଖେଳାଯିବ ବୋଲି ଜଣାପଡ଼ିଛି ।

ଘୋଷିତ ଭାରତୀୟ ଦଳ :- ପି ଆର ଶ୍ରୀଜେସ(ଗୋଲକିପର), କ୍ରୀଷ୍ଣା ବାହାଦୂର ପାଠକ, ହରମନପ୍ରୀତ ସିଂ (ଉପଅଧିନାୟକ), ଗୁରିନ୍ଦର ସିଂ, ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, ବିରେନ୍ଦ୍ର ଲାକ୍ରା, ରୂପିନ୍ଦର ପାଲ ସିଂ, ମନପ୍ରୀତ ସିଂ(ଅଧିନାୟକ), ଭିବେକ ସାଗର ପ୍ରସାଦ, ଚିଙ୍ଗଲସେନା ସିଂ, ନୀଳକଣ୍ଠ ଶର୍ମା, ସୁମିତ୍, ଗୁରୁଜନ୍ତ ସିଂ, ଏସ ଭି ସୁନିଲ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଆକାଶଦୀପ ସିଂ, ଗୁରୁସବଜିତ ସିଂ, କୋଠଜିତ ସିଂ ଖଡଙ୍ଗବମ ।

Subscribe

National International State Sports Entertainment