ବିଶାଖାପଟନମ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ନିର୍ଣ୍ଣାୟକ ତଥା ଶେଷ ଦିନିକିଆ ବିଶାଖାପଟନମରେ ଖେଳା ଯାଉଛି । ସିରିଜ୍ ୧-୧ରେ ବରାବର ରହିଛି । ଟସ୍ ଜିତି ଭାରତର ଅଧିନାୟକ କେଏଲ ରାହୁଲ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା । ସବୁଠୁ ବଡ କଥା ଶେଷରେ ଭାରତୀୟ ଦଳ ଟସ୍ ଜିତିବାରେ ସଫଳ ହୋଇଛି । ଦିନିକିଆରେ ଲଗାତାର ୨୦ ଥର ଟସ୍ ହାରିବା ପରେ ଭାରତ ଟସ୍ ଜିତିଛି । ଆଉ ଏହି ସୌଭାଗ୍ୟ କେଏଲ ରାହୁଲଙ୍କୁ ମିଳିଛି । ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିଛି ।
ଦକ୍ଷିଣ ଆଫ୍ରିକା ଦଳରେ ଦୁଇଟି ପରିବର୍ତ୍ତନ ଘଟିଛି । ଆହତ କାରଣରୁ ବର୍ଗର ଓ ଜୋର୍ଜି ବାଦ୍ ପଡିଛନ୍ତି । ଉଭୟଙ୍କ ସ୍ଥାନରେ ରିୟାନ ରିକଲଟନ ଓ ବାର୍ଟମ୍ୟାନଙ୍କୁ ସାମିଲ୍ କରାଯାଇଛି । ସିରିଜର ପ୍ରଥମ ମ୍ୟାଚ୍ ଭାରତ ଜିତିଥିବା ବେଳେ ଦ୍ୱିତୀୟ ମୁକାବିଲାରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ସିରିଜ ବରାବର କରିଥିଲା । ନିର୍ଣ୍ଣାୟକ ମୁକାବିଲାରେ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିପାରେ ।
ଦକ୍ଷିଣ ଆଫ୍ରିକା
କ୍ୱିଣ୍ଟନ ଡିକକ(ୱିକେଟ୍ କିପର), ରିୟାନ ରିକଲଟନ, ତେମ୍ବା ବାଭୁମା(ଅଧିନାୟକ), ମାଥ୍ୟୁ ବ୍ରେଟଜକେ, ଆଡନ ମାରକ୍ରମ, ଡିୱାର୍ଲଡ ବ୍ରେଭିସ, ମାର୍କୋ ଜନସେନ, କୋର୍ବିନ ବୋଶ, କେଶବ ମହାରାଜ, ନାନ୍ଦ୍ରେ ବର୍ଗର, ଲୁଙ୍ଗି ଏନଙ୍ଗିଡି, ଓଟନେଲ ବାର୍ଟମ୍ୟାନ ।
ଭାରତ
ଯଶସ୍ୱୀ ଜୟସ୍ୱାଲ, ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାଏକ୍ୱାଡ, ତିଳକ ବର୍ମା, କେଏଲ ରାହୁଲ(ଅଧିନାୟକ/ ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣା ।