ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ୍ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ଏହି ମହାମୁକାବିଲା ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳା ଯାଉଛି । ଏହି ମ୍ୟାଚରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ୍ ସାଣ୍ଟନର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଭାରତ ପ୍ରଥମେ ବୋଲିଂ କରିବ । ଏହା ସହିତ ଅଧିନାୟକ ରୋହିତ ଶର୍ମାଙ୍କ ଟସ୍ ହାରିବାର ଧାରା ବଜାୟ ରହିଛି । ଟାଇଟଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ ଘଟିଛି । ଆହତ କାରଣରୁ ଦଳର ତାରକା ବୋଲର ମ୍ୟାଟ ହେନରୀ ବାଦ୍ ପଡିଛନ୍ତି । ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ଘଟିନି ।
ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ୍, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ।
ନ୍ୟୁଜିଲାଣ୍ଡ ଦଳ
ୱିଲ ୟଙ୍ଗ, ରଚିନ ରବୀନ୍ଦ୍ର, କେନ ୱିଲିୟମସନ,ଡାରିଲ ମିଚେଲ୍, ଟମ ଲାଥମ, ଗ୍ଲେନ ଫିଲିପ୍ସ, ମିଚେଲ୍ ବ୍ରେସୱଲ,ମିଚେଲ୍ ସାଣ୍ଟନର(ଅଧିନାୟକ), ନାଥନ ସ୍ମିଥ, କାଇଲ ଜେମିସନ, ୱିଲିୟମ ଓରୁରକି ।