ଗାବା: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ତଥା ସିରିଜର ଅନ୍ତିମ ମ୍ୟାଚ୍ ଗାବାରେ ଖେଳାଯିବ । ଏହି ମୁକାବିଲାରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆଉ ପ୍ରଥମେ ବ୍ୟାଟିଂ କରିବ ଭାରତ । ଆଜିର ମ୍ୟାଚରେ ବର୍ଷା ଆଶଙ୍କା ଥିବାରୁ ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଦଳର ପଲ୍ଲା ଭାରି ରହିପାରେ । ଆଜିର ମ୍ୟାଚରେ ଭାରତ ଗୋଟିଏ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ । ତିଳକ ବର୍ମାଙ୍କୁ ବିଶ୍ରାମ ଦିଆଯାଇ ରିଙ୍କୁ ସିଂଙ୍କୁ ଦଳରେ ସୁଯୋଗ ମିଳିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ପକ୍ଷରୁ କୌଣସି ପରିବର୍ତ୍ତନ କରାଯାଇନି ।
ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଆଜିର ମ୍ୟାଚ୍ ଜିତିଲେ ଦଳ ସିରିଜ୍ ଜିତିବ । ହାରିଲେ ସିରିଜ୍ ଡ୍ର ରହିବ । ଯଦି ବର୍ଷା ଯୋଗୁଁ ମ୍ୟାଚ୍ ସମ୍ଭବ ନ ହୁଏ ତେବେ ଭାରତ ୨-୧ରେ ସିରିଜ ଜିତିବ । ଗାବାରେ ଖେଳା ଯାଉଥିବା ଏହି ମୁକାବିଲାରେ ପିଚ୍ ଉଭୟ ବୋଲର ଓ ବ୍ୟାରଟଙ୍କୁ ସୁହାଇବ । ତେଣୁ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିପାରେ ।
ଭାରତ
ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ରିଙ୍କୁ ସିଂ, ଜିତେଶ ଶର୍ମା(ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।
ଅଷ୍ଟ୍ରେଲିଆ
ମିଚେଲ୍ ମାର୍ଶ(ଅଧିନାୟକ), ମାଥ୍ୟୁ ସର୍ଟ, ଜୋଶ ଇଂଲିଶ(ୱିକେଟ୍ କିପର), ଟିମ ଡେଭିଡ, ଜୋଶ ଫିଲିପ, ମାର୍କସ ଷ୍ଟୋଇନିସ, ଗ୍ଲେନ ମ୍ୟାକ୍ସୱେଲ, ବେନ ଡ୍ୱରାସିସ, ଜାଭିଏର ବାର୍ଟଲେଟ୍, ନାଥନ ଏଲିସ, ଆଡମ ଜାମ୍ପା ।
Also read: ପୁଣି ଥରେ ଆହତ ହେଲେ ଋଷଭ ପନ୍ତ. ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବା ନେଇ ସଂଶୟ