ଉଦାହରଣ ପାଲଟିଲେ ମହିଳା, ଜରି ନୁହେଁ ରଙ୍ଗବେରଙ୍ଗ କାଗଜରେ ଉପହାର ପ୍ୟାକିଂ କରୁଛନ୍ତି ଅନସୂୟା
Khabar Odisha:state-women-odisha-a-lady-of-chitrasala-packed-his-gifts-for-costumer-using-color-paper-for-pollution-free-atmosphere
ଭୁବନେଶ୍ୱର, ଜାନୁଆରୀ ୦୮ (ଖବର ଓଡିଶା) :

ପରିବେଶ ପ୍ରଦୂଷଣରେ ପୃଥିବୀପୃଷ୍ଠ ଅତିଷ୍ଠ ହୋଇ ପଡିଛି। ପୃଥିବୀକୁ ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ କରି ଗଢି ତୋଳିବାକୁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ପରିବେଶ କଲ୍ୟାଣ ପଦକ୍ଷେପ ନିଆଯାଉଛି। ସ୍ଵଚ୍ଛ ଭାରତ ଅଭିଯାନ, ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବା କ୍ୟାମ୍ପେନ ଏହାର ଉଦାହରଣ। ତେବେ ପରିବେଶକୁ ସ୍ଵଚ୍ଛ ଏବଂ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାରଙ୍କ ଯେତିକି ଦାୟିତ୍ଵ ରହିଛି ସାଧାରଣ ଲୋକଙ୍କର ମଧ୍ୟ ସେତିକି ଦାୟିତ୍ଵ ରହିଛି। ଆମକୁ କଥାରେ ନୁହେଁ କାମରେ ଏହାକୁ କରି ଦେଖାଇବାକୁ ପଡିବ। ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ଏକ ଛୋଟ ପ୍ରୟାସ କରି ଉଦାହରଣ ସୃଷ୍ଟି କରିଛି ଭୁବନେଶ୍ଵର ପୋଖରୀପୁଟ ଇନ୍ଦ୍ରପସ୍ଥ କଲୋନୀରେ ପ୍ରତିଷ୍ଠିତ ଚିତ୍ରଶିକ୍ଷା ଅନୁଷ୍ଠାନ ଚିତ୍ରଶାଳା । 

ଚିତ୍ରଶାଳାର ପ୍ରତିଷ୍ଠାତା ଚିତ୍ରଶିଳ୍ପୀ ଅନସୂୟା ସାହୁ ଚିତ୍ରଶାଳା ପକ୍ଷରୁ ଅର୍ଡ଼ର ରଖାଯାଇଥିବା ଉପହାର ବକ୍ସଗୁଡ଼ିକରେ ପ୍ୟାକିଂରେ ରଙ୍ଗବେରଙ୍ଗର ଜରି ବ୍ୟବହାର ନକରି ପରିବେଶ ଉପଯୋଗୀ ରଙ୍ଗ ବେରଙ୍ଗର କାଗଜ ବ୍ୟବହାର କରୁଛନ୍ତି। ଏହାଦ୍ଵାରା ସେ ନିତ୍ୟ ବ୍ୟବହାରରେ ଆମେ କିଭଳି ଭାବରେ ପରିବେଶ ପ୍ରଦୂଷଣ କରୁଛେ ତାହା ସଚେତନ କରାଇବା ସହ ସମାଜକୁ ସଚେତନତାର ବାର୍ତ୍ତା ଦେବାକୁ ଚେଷ୍ଟା କରୁଛନ୍ତି। ରଙ୍ଗୀନ ଜରି ପରିବର୍ତ୍ତେ ମୋଟା ରଙ୍ଗବେରଙ୍ଗ କାଗଜ ପ୍ୟାକିଂ କରାଯାଇ ଉପଭୋକ୍ତାଙ୍କୁ ସେମାନଙ୍କର ଅର୍ଡ଼ର ଯୋଗାଇ ଦେଉଛନ୍ତି। ନୂଆବର୍ଷ ଆରମ୍ଭରୁ ସ୍ମାର୍ଟସିଟିକୁ ପ୍ରଦୂଷଣମୁକ୍ତ କରିବା ଦିଗରେ ଚିତ୍ରଶାଳାର ଏଭଳି ଉଦ୍ୟମକୁ ସର୍ବ ସାଧାରଣରେ ପ୍ରଶଂସା କରାଯାଇଛି । ସୂଚନାଯୋଗ୍ୟ ଯେ, ଚିତ୍ରଶାଳା ପକ୍ଷରୁ ଅତୀତରେ ଗ୍ରୀନ୍ ହୋଲି, ଗ୍ରୀନ୍ ଦିପାବଳୀ ଆଦି ପର୍ବକୁ ସହରବାସୀ ପସନ୍ଦ କରିଛନ୍ତି ।

Subscribe

National International State Sports Entertainment