କରୋନା ଛଡ଼ାଇ ନେଲା ଜୀବିକା , ଭାରତରେ ବଢୁଛି ବେକାରୀ ସମସ୍ୟା
Khabar Odisha:india-and-beyondunemployee-rate-in-state
ନୂଆଦିଲ୍ଲୀ, ଅକ୍ଟୋବର ୧୯ (ଖବର ଓଡ଼ିଶା):

ମହାମାରୀ କରୋନାକୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ କିଏ ନିଜର ପରିବାରର ଲୋକଙ୍କ ଠାରୁ ଦୂରରେ ରହୁଛି ତ କିଏ ପରିବାର ପ୍ରତିପୋଷଣ କରିବା ପାଇଁ କରିଥିବା ଚାକିରୀକୁ ହରାଇଲାଣି । ତେବେ ଦେଖିବାକୁ ଗଲେ ସେଣ୍ଟର୍ ଫର୍ ମନିଟରିଂ ଇଣ୍ଡିଆନ୍ ଇମୋନୋମି(ସିଏମ୍‌ଆଇଇ) ଦ୍ୱାରା ଦେଶରେ ବେକାରୀର ତାଜା ସ୍ଥିତିକୁ ନେଇ ପ୍ରକାଶିତ ରିପୋର୍ଟରେ ଜଣାପଡ଼ିଛି ଯେ, ଓଡ଼ିଶାରେ ବେକାରୀ ହାର ଚଳିତ ବର୍ଷ ସେପ୍ଟେମ୍ବରରେ ଅଗଷ୍ଟ ତୁଳନାରେ ବୃଦ୍ଧି ପାଇ ୨.୧ ପ୍ରତିଶତରେ ପହଞ୍ଚିଛି। ଅଗଷ୍ଟ ୨୦୨୦ରେ ଏହା ରହିଥିଲା ୧.୪ ପ୍ରତିଶତ । ଅପରପକ୍ଷେ ଓଡ଼ିଶାରେ ୨୦୨୦ ଜୁଲାଇରେ ଏହା ରହିଥିଲା ୧.୯ପ୍ରତିଶତ । ସେହିଭଳି ସେପ୍ଟେମ୍ବର ୨୦୨୦ରେ ସର୍ବାଧିକ ବେକାରୀ ୨୨.୩୨ ପ୍ରତିଶତ ଉତ୍ତରାଖଣ୍ଡରେ ଥିବା ବେଳେ ହରିଆଣାରେ ୧୯.୭ ପ୍ରତିଶତ ରହିଛି। ସର୍ବାଧିକ ଜନସଂଖ୍ୟା ଥିବା ରାଜ୍ୟ ଉତ୍ତରପ୍ରଦେଶରେ ବେକାରୀ ପ୍ରତିଶତ ୪.୨ ରହିଥିବା ବେଳେ ଦେଶରେ ସବୁଠାରୁ କମ୍ ୧.୨ ପ୍ରତିଶତ ବେକାରୀ ହାର ଆସା‌ମରେ ରହିଥିବା ରିପୋର୍ଟରେ କୁହାଯାଇଛି। ସିଏମ୍‌ଆଇଇର ସଦ୍ୟତମ ରିପୋର୍ଟ ଅନୁଯାୟୀ ରାଜସ୍ଥାନରେ ବେକାରୀ ହାର ୧୫.୩୨ ପ୍ରତିଶତ, ଦିଲ୍ଲୀରେ ୧୨.୨୨ ପ୍ରତିଶତ, ବିହାରରେ ୧୧.୯ ପ୍ରତିଶତ ପଞ୍ଜାବରେ ୯.୬, ପଶ୍ଚିମବଙ୍ଗରେ ୯.୩ ୩ ପ୍ରତିଶତ, ମହାରାଷ୍ଟ୍ରରେ ୪.୫ ପ୍ରତିଶତ, ଓ ଝାଡ଼ଖଣ୍ଡରେ ୮.୨ ପ୍ରତିଶତ ରହିଛି। ରିପୋର୍ଟ ଅନୁସାରେ, ଜାତୀୟ ସ୍ତରରେ ମଧ୍ୟ ବେକାରୀ ପ୍ରତିଶତ ହ୍ରାସ ପାଇଛି। ଜାନୁଆରି ୨୦୨୦ରେ ବେକାରୀ ହାର ୭.୨୨ ପ୍ରତିଶତ ଥିବା ବେଳେ ସେ‌ପ୍ଟେମ୍ବର ୨୦୨୦ରେ ୬.୬୭ ପ୍ରତିଶତ ରହିଛି।

  • Tags:

Subscribe

National International State Sports Entertainment