ଗୋଟିଏ ଜୀବନ, ହେଲେ ଚରିତ୍ର ଭିନ୍ନ ଭିନ୍ନ.......
Khabar Odisha:Womens-day-special-story
ଭୁବନେଶ୍ୱର, ମାର୍ଚ୍ଚ ୦୭ (ଖବର ଓଡ଼ିଶା):

ଆଜି ବୋଧେ ନ ମାସ ହେଲା ଆଉ ଅଳ୍ପ କେଇଟା ଦିନ ପରେ ଡାକ୍ତର ତାରିଖ ଦେଇଛନ୍ତି ... ନର୍ମାଲ ହେବ ବୋଲି ଡାକ୍ତର କହିଛନ୍ତି ।  ମେଡିକାଲ୍ ଭିତରେ ସେ ଯନ୍ତ୍ରଣା । ଓଃ କି କଷ୍ଟ ....  ସରିଗଲା ତାରିଖ କୋଳରେ ଗୋଟେ ସୁନ୍ଦର ଝିଅ ଟେ ... ଆଖି ଗୁଡା ପୁରା ଗୋଲ୍ ଟୋଲ୍ ମୁଣ୍ଡରେ ଘନ ଘନ କେଶ ଠିକ୍ ଟା ବାପା ପରି । ଆଉ ଦେଖୁନ ଜେଜେ ପରି ମୁହଁ ଟା ଆଣିଛି ....ମା ପେଟରେ ରହିଲା ମା କଷ୍ଟ ସହିଲା ମା ଶରୀରରେ କଇଁଛ ସୂତା ଆଉ ଛୁରୀ ର ଦାଗ ରହିଲା କିନ୍ତୁ ଝିଅର ପ୍ରଶଂସା ଶୁଣି କୁନି ଝିଅର ମା ବହୁତ୍ ଖୁସି । ସେଥି ପାଇଁ ସେ ମା ।।। 

ଖୁସି ର ବୟସ ୧୫ ପାଖାପାଖି ... ସେଦିନ ଖେଳୁ ଖେଳୁ ସେ ଫ୍ରକ୍ ରେ ଲାଗିଥିବା ନାଲି ଦାଗ ପାଇଁ ମା ,ଜେଜେ ମା ସବୁ ତାକୁ ଟାଣି ଟାଣି ଘର ଭିତର କୁ ନେଇଗଲେ । ଝିଅ ବଡ଼ ହେଇଗଲା କହି ଜେଜେ ମା କାନ୍ଦିବା ଆରମ୍ଭ କଲେ । ସେ ବନ୍ଦ୍ ଘରେ ଖୁସି ସାତଦିନ ଏକା ରହିଲା ଆଉ ଝରକା ବାଟେ ସାଙ୍ଗ ମାନଙ୍କୁ ଦେଖି କାନ୍ଦୁଥିଲା । କାନ୍ଦ ରେ କଣ ଅଛି ଝିଅ ପିଲା କଥା ଏମିତି ହବା ଟା ସ୍ଵାଭାବିକ ... ସେଥି ପାଇଁ ସେ ଝିଅ 

ମର୍ଡନ୍ ଯୁଗ... ହଳଦୀ ରସମ୍ ରେ ଭାଇ , ଭଉଣୀ ସବୁ ହଳଦୀ ଲଗେଇ ଦେଲେ । ଖୁସି ର ବାହାଘର କଥା କହୁଛି । ତା ବାପା ବୋଧେ ସେ ବ୍ୟାଙ୍କରୁ ଦଶ ଲକ୍ଷ ଟଙ୍କା ଋଣ ଆଣିଛନ୍ତି ଆଉ ପାରିବାରିକ ସମ୍ପର୍କରୁ କାହାଠୁ କଣ ଧାର ଉଦ୍ଧାର ବି କରିଛନ୍ତି । ଗୋଟେ ଝିଅ ବାହାଘର କରିବେ । ବାସ୍ ବାହାଘର ସରିଲା .... ଝିଅ ଜନମ ତ ପର ଘରକୁ ଛାଡ଼ ସେ ବି ଗଲା । ମା ଜନମ କଲା ବାପା ଭାଇ କରଜରେ ବୁଡିକି ଝିଅକୁ ବିଦା କଲେ। ସେ ଝିଅ ପା...

ଯୌବନ ବୟସରେ ପ୍ରେମ ହେଲା ... ଆଖିରେ ଆଖିଏ ସ୍ବପ୍ନ କିନ୍ତୁ ବେଶୀ ଦିନ ପ୍ରେମରେ ତିଷ୍ଟିବା ବୋଧେ ବିଧିର ବିଧାନ ନଥିଲା । ପ୍ରେମ ଭାଙ୍ଗିଗଲା ... ଲୁଚି ଲୁଚି ଖୁସି ବହୁତ୍ କାନ୍ଦିଲା.... ସାଙ୍ଗ ମାନେ ବହୁତ୍ ସାନ୍ତ୍ଵନା ଦେଲେ ହେଲେ ଘରେ ସବୁ କଥା ଅଛପା ରହିଲା କାରଣ ଝିଅ ନା ବାପା ଜାଣିଲେ ଖରାପ୍ ହବ।  ସାହି ପଡିଶା କଣ କଣ କହିବେ। ପ୍ରେମ ତ ଭାଙ୍ଗିଛି ଆଉ ବଡ କିଛି ହେଇନି ତ... ଦେ ଛାଡ଼ ଝିଅ ପିଲା କଥା ତ।।।।

ସକାଳ ଦଶଟାରେ ଅଫିସ୍ ..... ଆଉ ୟାଙ୍କର ବି ସକାଳୁ ଅଫିସ୍ ... ଘରେ ଶାଶୁ ଶଶୁର ... ଠାକୁର ପୂଜା ... ରୋଷେଇ ...  ଏତିକି କାମ ତ ଆଉ କୋଉ ପାହାଡ଼ ଟେକା କାମ କି .... ଦେ ଛାଡ଼ ...ଆଖି ବୁଲେଇ ଆଣିଲେ ବୋହୂ ସବୁ କାମ ସାରି ଦେବ।।। ସେଥି ପାଇଁ ସେ ବୋହୂ ପା.... 

ଖୁସି କିନ୍ତୁ ସେମିତି ନୁହେଁ । ସେ ଯାହହେଉ ମଥାରେ ଟିକେ ସିନ୍ଦୂର ଆଉ ହାତରେ ପଟେ ଚୁଡି ବିନା ଘରୁ ପାଦ କାଢି ବନି । ତା ସ୍ବାମୀ କିନ୍ତୁ ତାକୁ ଭାରି ଭଲ ପାଏ । ହିଁ ଦିନେ ଦିନେ ସ୍ବାମୀ ରାଗି କରି କଣ କହିଦିଏ କିନ୍ତୁ ସ୍ତ୍ରୀ ପା ସବୁ ସହି ଘର କରି ସାଙ୍ଗ ହେଇ ରହିବା ପାଇଁ ବେଦୀ ରେ ରାଣ ଖାଇଛି ।

ଲେଖା :-

ଲକ୍ଷ୍ନୀପ୍ରିୟା ଦାସ

  • Tags:

Subscribe

National International State Sports Entertainment