୧୦ ବର୍ଷ ପରେ ବୋତଲ ଭିତରୁ ମିଳିଲା ଚିଠିର ଉତ୍ତର
Khabar Odisha:Woman-finds-message-in-a-bottle-that-was-written-10-years-ago
ଭୁବନେଶ୍ୱର, ଏପ୍ରିଲ ୨୪ (ଖବର ଓଡିଶା)

ଅଷ୍ଟ୍ରେଲିଆର ଏକ ସମୁଦ୍ରକୂଳରୁ ଏକ ଚିଠି ମିଳିଛି, ଯାହାକି ୧୦ ବର୍ଷ ପୁରୁଣା ଚିଠି।  ସମୁଦ୍ରକୂଳରେ ସଫେଇ କର୍ମଚାରୀମାନେ ସଫା କରୁଥିବା ସମୟରେ ଏକ ବୋତଲ ଭିତରୁ ଏହି ଚିଠି ମିଳିଥିବା ନେଇ ସୂଚନା ମିଳିଛି। ତେବେ ଯଦିଓ ସମୁଦ୍ରକୂଳରୁ ପ୍ଲା‌ଷ୍ଟିକ୍‌ ମିଳିବା ଏକ ସାଧାରଣ କଥା, ହେଲେ ବୋତଲ ଭିତରୁ ଚିଠି ବାହାରିବା ପରି ଏକ ବିରଳ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ବୋତଲ ଭିତରୁ ବାହାରିଥିବା ଚିଠିକୁ ଖୋଲି ପଢିବା ପରେ ଜଣାପଡିଲା ଯେ ଏହି ଚିଠିକୁ ଜଣେ କୁନି ଝିଅ ଲେଖିଥିଲା ବୋଲି ଖବର ମିଳୁଛି। ସେହି ଚିଠିରେ ଲେଖାଥିଲା ଯେ ‘‌ମୋ ନାମ ଇନେସ୍‌ ଜାପ୍‌କାନ୍‌। ମୋ ବୟସ ୮ ବର୍ଷ। ଯାହାକୁ ବି ଏହି ବୋତଲ ମିଳିବ ତାଙ୍କୁ ମୋ ତରଫରୁ ଓ ମୋ ପରିବାର ପକ୍ଷରୁ ଶୁଭକାମନା ମିଳିବ।’

ତେବେ ଏହି ବାର୍ତ୍ତାକୁ ପାଇବା ପରେ ଚିଠିଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି ଇବାଂସ। ସେ ଏହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିବା ପରେ ଚିଠି ଲେଖିଥିବା କୁନି ଝିଅ ଜାପ୍‌କାନ୍‌ଙ୍କ ବିଷୟରେ ଅଧିକ ତଥ୍ୟ ଜାଣିବାକୁ ମିଳିଛି। ‌ବର୍ତ୍ତମାନ ସେ ୧୮ ବର୍ଷ ବୟସର ହୋଇସାରିଛନ୍ତି। ଅର୍ଥାତ ତାଙ୍କର ଏହି ଚିଠି ୧୦ ବର୍ଷ ହେଲା ସମୁଦ୍ରରେ ଏକ ବୋତଲ ଭିତରେ ଭାସମାନ ଅବସ୍ଥାରେ ଥିଲା। ତେବେ ଇବାଂସଙ୍କ ସହ କଥା ହୋଇ ଜାପ୍‌କାନ୍‌ କହିଛନ୍ତି କି ସେ ଠିକ୍‌ ୧୦ ବର୍ଷ ତଳେ ଭିକ୍ଟୋରିଆର ପୋର୍ଟଲାଣ୍ଡ୍‌ରେ ସେହି ଚିଠିକୁ ଏକ ବୋତଲରେ ଭର୍ତି କରି ଭସାଇଥିଲେ। ତେବେ ସେହି ଚିଠିକୁ ସେୟାର କରାଯାଇଥିବା ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ସେ ଏକ ମଜାଦାର ଅନ୍ଦାଜରେ ଲେଖିଛନ୍ତି, ‘ମୋର ଦୁଃଖ ଯେ ମୁଁ ଏହି ଚିଠି ସହିତ ଏକ ମିଲିୟନ୍‌ ପାଉଣ୍ଡ୍‌ ପଠାଇ ପାରିଲିନି। ହେଲେ ଖୁସି ଲାଗୁଛି ଯେ ଆପଣମାନେ ମୋ‌ତେ ଯୋଗାଯୋଗ କରିଛନ୍ତି।’

Subscribe

National International State Sports Entertainment