ରାଜ୍ୟର ଅନ୍ୟତମ ପ୍ରମୁଖ ଶକ୍ତିପୀଠ ଭାବରେ ବିଦ୍ୟମାନ କୋଣାର୍କ ର ମା ରାମଚଣ୍ଡୀଙ୍କ ପୀଠ l ଏହି ଶକ୍ତିପୀଠ ରାଜ୍ୟର ଅଷ୍ଟମ ଶକ୍ତିପୀଠ ଭାବରେ ମଧ୍ୟ ବିବେଚିତ l ମା ରାମଚଣ୍ଡୀ କୋଣାର୍କ ର ଅଧିଷ୍ଠାତ୍ରୀ ଦେବୀ ଭାବରେ କାହିଁ କେବେଠାରୁ ପୂଜା ପାଇ ଆସୁଛନ୍ତି l
କିମ୍ବଦନ୍ତୀ ଅନୁସାରେ କୋଣାର୍କ ର ରାମଚଣ୍ଡୀଙ୍କ ମହିମା ଅନେକ ଥିବା ବେଳେ ଏଠାରେ ମାଙ୍କୁ ଭୋଗ ଦିଆଯାଏ ପୋଡା ମାଛ l ପାର୍ବଣ ଋତୁରେ ମା ଦଶଭୁଜାଙ୍କ ଆଗମନ ଉପଲକ୍ଷେ ମା ରାମଚଣ୍ଡୀଙ୍କ ପାଖରେ ଦୁଇ ଥର ଚଣ୍ଡୀପାଠ କରାଯାଉଥିବା ବେଳେ ଦିଆଯାଏ ଅଭିନ୍ନ ଭୋଗ l ଆଗରୁ ମା ରାମଚଣ୍ଡୀଙ୍କ ପାଖରେ ଆଗରୁ ମେଣ୍ଢା ଏବଂ ଛେଳି ବଳି ପଡୁଥିବା ବେଳେ ପ୍ରଭୁ ରାମେଶ୍ୱର ଗର୍ତ୍ତତଳୁ ଆବିର୍ଭାବ ହେବା ପରେ ପଶୁ ବଳି ପରିବର୍ତ୍ତେ ପୋଡା ମାଛ ଏବଂ ମାଛ ବେସର ମା ଙ୍କୁ ଭୋଗ ଲାଗି କରାଯାଇ, ଭୋଗ ହୋଇଥିବା ମାଛକୁ ଚଣ୍ଡୀ ଚାମୁଣ୍ଡାଙ୍କ ଉଦେଶ୍ୟରେ ବାହାରେ ରଖାଯାଏ l ଏହିପରିପେକ୍ଷୀରେ ଆଜି ମାଙ୍କୁ ପୋଡା ମାଛ, ମାଛ ବେସର ଏବଂ ମାଛ ଭଜା ଭୋଗ ଦିଆଯାଇଛି l ପଵିତ୍ର କୁଶଭଦ୍ରା ନଦୀକୂଳରେ ଅବସ୍ଥିତ ମା ରାମଚଣ୍ଡୀଙ୍କ ପୀଠ l ମାଙ୍କୁ ନେଇ ରହିଛି ଅନେକ କିମ୍ବଦନ୍ତୀ ଶାରଳା ମହାଭାରତ ବର୍ଣନା ଅନୁଯାଇ ପ୍ରଭୁ ରାମଚନ୍ଦ୍ର ଲଙ୍କାକୁ ସେତୁ ବାନ୍ଧିବା ଆଗରେ ଏଠାରେ ରହି ମାଙ୍କର ପୂଜାଅର୍ଚନା କରି ମାଙ୍କର ଆଶିଷ ଲାଭ କରିଥିଲେ l ମା ଏଠାରେ ଦଶ ଭୁଜା ମହିଷାମାର୍ଦିନୀ ଦୁର୍ଗା ବେଶରେ ପୂଜା ପାଆନ୍ତି l ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଙ୍କ ର ପୀଠରେ ଅନୁଷ୍ଠିତ ହୁଏ ବିଶେଷ ପୂଜା l କୁହାଯାଏ ମା ହେଉଛନ୍ତ ପ୍ରତକ୍ଷ୍ୟଦର୍ଶୀ l