ଟେଲିଭିଜନ ଏକ ଜନ ମାଧ୍ୟମ। ଯାହା ମନୋରଞ୍ଜନ, ଶିକ୍ଷା, ସମାଚାର, ରାଜନୀତି, ଗପସପ ଆଦି ପ୍ରଦାନ କରିଥାଏ। ଏହା ଦୁଇ ବା ତିନି ଆୟତନ ଏବଂ ଧ୍ୱନିରେ ଚାଲୁଥିବା ଛବିକୁ ପ୍ରସାରିତ କରିବାର ଏକ ମାଧ୍ୟମ। ଶିକ୍ଷା ଏବଂ ମନୋରଞ୍ଜନ ଉଭୟର ଏକ ପ୍ରମୁଖ ସ୍ରୋତ ବୋଲି ମଧ୍ୟ ଏଥିରେ କୌଣସି ସନ୍ଦେହ ନାହିଁ। ଟେଲିଭିଜନ ସମାଜରେ ସୂଚନା ପହଞ୍ଚାଇ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିଛି। ତେଣୁ ପ୍ରତିବର୍ଷ ନଭେମ୍ବର ୨୧ ତାରିଖକୁ ବିଶ୍ଵ ଟେଲିଭିଜନ ଦିବସ ରୂପେ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ମଧ୍ୟ ଆଧୁନିକତାକୁ ପ୍ରସାରିତ କରିବା।
ବିଶ୍ୱ ଟେଲିଭିଜନ ଦିବସର ଉତ୍ସବ ୧୯୯୬ ମସିହାରୁ ପାଳନ କରାଯାଇଛି। ମିଳିତ ଜାତିସଂଘ ପ୍ରଥମ ଥର ପାଇଁ ଏହି ଦିନ ପାଳନ କରିଥିଲା। ଏଥିସହ ଏହି ଦିନ ସେମାନେ ଟେଲିଭିଜନର ବିଶ୍ବସ୍ତରୀୟ ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ଏହା ସେହି ସମୟ ଥିଲା ଯେତେବେଳେ ମିଳିତ ଜାତିସଂଘ ମହାସଭା (UNGA) ପ୍ରତିବର୍ଷ ନଭେମ୍ବର ୨୧ରେ ଏହି ଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରାରମ୍ଭରେ ୧୯୨୪ ମସିହାରେ ସ୍କଟଲ୍ୟାଣ୍ଡର ଇଞ୍ଜିନିୟର ଜନ୍ ଲଗି ବୈଡଙ୍କ ଦ୍ବାରା ଟେଲିଭିଜନ ଆବିଷ୍କାର ହୋଇଥିଲା, ଭାରତରେ ଟେଲିଭିଜନର ପରିଚୟ ୧୫ ସେପ୍ଟେମ୍ବର ୧୯୫୯ରେ ହୋଇଥିଲା।
ଟେଲିଭିଜନକୁ ଆଜିର ଦୁନିଆରେ ଯୋଗାଯୋଗ ଏବଂ ଜଗତୀକରଣର ପ୍ରତୀକ ଭାବରେ ସ୍ୱୀକୃତି ଦେଇଥାଏ। ନିଷ୍ପତ୍ତି ନେବା, ସଂଘର୍ଷ, ଶାନ୍ତି ଏବଂ ଅର୍ଥନୈତିକ ଏବଂ ସାମାଜିକ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବାରେ ଟେଲିଭିଜନର ଅବଦାନ ରହିଛି। ଏହି ଦିନ ଲେଖକ, ସାମ୍ବାଦିକ, ବ୍ଲଗର୍ ଏବଂ ମିଡିଆ ପ୍ରଫେସନାଲମାନଙ୍କୁ ଏକତ୍ର କରି ଯୋଗାଯୋଗ ତଥା ବିଶ୍ବରେ ଟେଲିଭିଜନର ଭୂମିକାକୁ ଆଲୋକିତ କରିବା ପାଇଁ ସ୍ଥାନୀୟ ତଥା ବିଶ୍ବସ୍ତରୀୟ ସମାବେଶକୁ ପ୍ରୋତ୍ସାହିତ କରିଥାଏ। ଏହା ବ୍ୟତୀତ ଏହା ସୋସିଆଲ ମିଡିଆ ଯୁଗରେ ନିରପେକ୍ଷ ସୂଚନା ପ୍ରଦାନ କରିବାକୁ ସରକାର ଏବଂ ସମାଚାର ସଂଗଠନର ପ୍ରତିବଦ୍ଧତାକୁ ଦର୍ଶାଇଥାଏ। ତେଣୁ କରି ଦିନକୁ ଦିନ ମଧ୍ୟ ଏହାର ଚାହିଦା ବଢୁଛି।
ଅଧିକ ପଢନ୍ତୁ : ଆଜି ବିଶ୍ୱ ଶୌଚାଳୟ ଦିବସ: ପରିମଳ ସଚେତନ ପାଇଁ ଏହି ଦିବସ ପାଳିତ