ପରିମଳ ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱ ପରିମଳ ସଙ୍କଟର ମୁକାବିଲା ପାଇଁ ପ୍ରତିବର୍ଷ ନଭେମ୍ବର 19କୁ ବିଶ୍ୱ ଶୌଚାଳୟ ଦିବସ ଭାବରେ ପାଳନ କରାଯାଏ । ଏହି ଦିବସ ଭୂତଳ ଜଳ ଉପରେ ପରିମଳ ସଙ୍କଟର ପ୍ରଭାବ ଉପରେ ଧ୍ୟାନ ଦେଇଥାଏ । ଜାତିସଂଘର 2022 ମସିହାରୁ 'ମେକିଂ ଦି ଇନ୍ଭିଜିବଲ୍ ଆଣ୍ଡ ଭିଜିବଲ ଉପରେ ଗୁରୁତ୍ବ ଦେଉଛି। ଯେଉଁଥିରେ ମାନବ ବର୍ଜ୍ୟବସ୍ତୁକୁ ନଦୀ, ହ୍ରଦ ଏବଂ ମାଟିରେ ବିସ୍ତାର କରି ଭୂତଳ ଜଳ ଉତ୍ସକୁ କିପରି ପ୍ରଦୂଷିତ କରେ ତାହା ଉପରେ ଧ୍ୟାନ ଦେଇଥାଏ
ବିଶ୍ବରେ ଏବେବି ପ୍ରତି ୩ଜଣରେ ଜଣେ ମହିଳା ସୁରକ୍ଷିତ ଶୌଚାଳୟ ସୁବିଧା ପାଇବାରୁ ବଞ୍ଚିତ। ଖୋଲାରେ ଶୌଚ କରିବାକୁ ବାଧ୍ୟ ହେଉଥିବା ମହିଳା ତଥା ବାଳିକାମାନେ ନିଜର ସମ୍ମାନହାନି ସହ ଅପରାଧର ଶିକାର ହେବା ଭୟ ରହିଥାଏ। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୦୧ ମସିହାରେ ବିଶ୍ବ ଶୌଚାଳୟ ସଂଗଠନ ଏହି ଦିବସ ପାଳନ କରିବାର ନିଷ୍ପତ୍ତି ନେଲେ। ୨୦୧୨ରୁ ମିଳିତ ଜାତିସଂଘ ଏହାକୁ ଔପଚାରିକ ଭାବେ ନଭେମ୍ବର ୧୯ତାରିଖରେ ପାଳନ କରିବାର ନିଷ୍ପତ୍ତି କାର୍ଯ୍ୟକାରୀ କଲେ।
ଏ ଦିଗରେ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ବିଶେଷ ଫଳପ୍ରଦ ହୋଇପାରିଛି। ବିଶ୍ୱ ଶୌଚାଳୟ ଦିବସ ପାଳନ ଅବସରରେ ବିଶ୍ୱର ବିଭିନ୍ନ ଦେଶରେ ଏ ସମ୍ପର୍କିତ କର୍ମଶାଳା, ସଚେତନତା ପଦଯାତ୍ରା, ସଫେଇ କାର୍ଯ୍ୟକ୍ରମ ତଥା ଗଣଦୌଡର ଆୟୋଜନ ହୋଇଥାଏ। ଏହି ଦିବସ ପାଳନ ପରିପ୍ରେକ୍ଷୀେର ୨୦୩୦ ସୁଦ୍ଧା ସମସ୍ତଙ୍କୁ ଶୌଚାଳୟ ସୁବିଧା ଯୋଗାଇ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।