ଅଯୋଧ୍ୟା ଭୂମି ପୂଜନ କାର୍ଯ୍ୟକ୍ରମରେ ଆତଙ୍କବାଦୀ ଆକ୍ରମଣ ନେଇ ଚାଲିଛି ଷଡଯନ୍ତ୍ର, ସତର୍କ କରାଇଲା ଭାରତୀୟ ଗୁଇନ୍ଦା ସଂସ୍ଥା
Khabar Odisha:RAW-Alerts-Before-Bhoomi-Pujan-in-Ayodhya-ISI-Plans-Terrorist-Attack
ନୂଆଦିଲ୍ଲୀ, ଜୁଲାଇ ୨୮ (ଖବର ଓଡ଼ିଶା):

ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଦେଶର ଗୁପ୍ତଚର ଏଜେନ୍ସି RAW (ଅନୁସନ୍ଧାନ ଏବଂ ବିଶ୍ଳେଷଣ ୱିଙ୍ଗ) ଏକ ସତର୍କ ସୂଚନା ଜାରି କରିଛି RAW ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଇଏସ୍ଆଇ (ପାକିସ୍ତାନର ଇଣ୍ଟେଲିଜେନ୍ସ ଏଜେନ୍ସି) ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ଦିନ ଆତଙ୍କବାଦୀ ଆକ୍ରମଣ ନେଇ ଯୋଜନା ପ୍ରସ୍ତୁତ କରୁଛି ।

ଏହି ଯୋଜନା ଅନୁଯାୟୀ ଲଶ୍କର ଏବଂ ଜୈଶ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରେ ସ୍ୱତନ୍ତ୍ର ଆତଙ୍କବାଦୀ ତାଲିମ ଦିଆଯାଇଛି । ଏହି ଆତଙ୍କବାଦୀଙ୍କୁ ବିଭିନ୍ନ ଦଳରେ ତିନି ରୁ ପାଞ୍ଚ ଆତଙ୍କବାଦୀଙ୍କୁ ଗୋଟିଏ ଗୋଟିଏ ଦଳରେ ଭାରତକୁ ପଠାଯାଇଛି ।

ପ୍ରତ୍ୟେକ ଗୋଷ୍ଠୀକୁ ପୃଥକ ଆକ୍ରମଣ କରିବାକୁ ISI ନିର୍ଦ୍ଦେଶ ଦେଇଥିବା ନେଇ ଜଣାପଡିଛି । ଅଗଷ୍ଟ 5 ତାରିଖ ଦିନ ଭାରତର ପାଇଁ ଅନେକ କାରଣରୁ ଗୁରୁତ୍ୱ ବହନ କରୁଛି ସେହିଦିନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ଭୂମି ପୂଜନ ହେବାକୁ ଥିବାବେଳେ ଜମ୍ମୁକାଶ୍ମୀରର ଧାରା 370 ହଟାଇବାକୁ ମଧ୍ୟ ସେହି ଦିନ ଏକ ବର୍ଷ ପୂରୁଛି ଏହା ସହ ଆଗକୁ ଅଗଷ୍ଟ 15 ତାରିଖ ଥିବାବେଳେ ତା ପୂର୍ବରୁ ଆତଙ୍କବାଦୀ ମାନେ ଭାରତରେ କୌଣସି ସ୍ଥାନରେ ଆକ୍ରମଣ କରିବା ନେଇ ଷଡଯନ୍ତ୍ର କରୁଛନ୍ତି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ଆକଳନ କରିଛି।

ସୂଚନାଯୋଗ୍ୟ ଯେ, ଅଗଷ୍ଟ 5 ତାରିଖରେ ଶ୍ରୀ ରାମ ମନ୍ଦିର ନିର୍ମାଣର ଭୁମିପୁଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଅଂଶଗ୍ରହଣ କରିବେ । ଏହା ସହ ଦେଶର ଅନେକ ବଡ ବଡ ଓ ପ୍ରତିଷ୍ଠିତ ବ୍ୟବସାୟୀମାନେ ମଧ୍ୟ ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି । ଏଭଳି ଗୁଇନ୍ଦା ସୂଚନା ମିଳିବା ପରେ, ଅଯୋଧ୍ୟା, ଦିଲ୍ଲୀ ଏବଂ ଜାମ୍ମୁ କାଶ୍ମୀରରେ ଗୁପ୍ତଚର ଏବଂ ସୁରକ୍ଷା ଏଜେନ୍ସିର ସ୍ୱତନ୍ତ୍ର ଦଳ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

  • Tags:

Subscribe

National International State Sports Entertainment