ଜାପାନ ଆକାଶରେ ଦୃଶ୍ୟମାନ ହୋଇଥିବା ରହସ୍ୟମୟ ବେଲୁନକୁ ନେଇ ଲୋକେ ଆତଙ୍କିତ
Khabar Odisha:People-are-terrified-of-the-mysterious-balloon-that-appears-in-the-Japanese-sky
ଜାପାନ, ଜୁନ ୧୯ (ଖବର ଓଡ଼ିଶା):

ଜାପାନର ଏକ ସହରର ଲୋକମାନେ ଆକାଶରେ ଉଡୁଥିବା ଏକ ରହସ୍ୟମୟ ଧଳା ବେଲୁନ୍ ଦେଖି ଭୟଭୀତ ହୋଇପଡିଥିବା ଜଣାପଡିଛି | ଏହି ରହସ୍ୟମୟ ବେଲୁନକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କାହାଣୀ ପ୍ରଚାର ହେବା ଆରମ୍ଭ ହୋଇଯାଇଛି | କେହି କେହି ଏହାକୁ ପାଣିପାଗ ବିଭାଗର ବେଲୁନ୍ ବୋଲି କହୁଥିବାବେଳେ କେହି କେହି ଏହାକୁ UFO ବୋଲି କହୁଛନ୍ତି | କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଏହା ଏଲିୟନ ମାନଙ୍କ ବିମାନ |

ଏହି ଧଳା ବେଲୁନ୍ ଜାପାନର ଶେଣ୍ଡାଇ ସହରର ଆୱାବା ୱାର୍ଡ ଅଞ୍ଚଳ ଉପରେ ଆକାଶରେ କିଛି ଘଣ୍ଟା ଧରି ଅଟକି ରହିଲା | ପରେ ଧୀରେ ଧୀରେ ଏହା ଗତି କରି ତାପରେ ହଠାତ୍ ପ୍ରଶାନ୍ତ ମହାସାଗରରେ ଅଦୃଶ୍ୟ ହୋଇଗଲା

|

ଏହି ବେଲୁନ୍ ତଳେ ଦୁଇଟି କ୍ରସ୍ ପ୍ରୋପେଲର୍ ଥିଲା, ଯାହା ଏହାକୁ ଉଡ଼ିବାରେ ସାହାଯ୍ୟ କରୁଥିଲା | ପ୍ରଥମେ ଲୋକମାନେ ଭାବିଥିଲେ ଏହା ଜାପାନର ପାଣିପାଗ ବିଭାଗର ଏକ ବେଲୁନ୍ କିନ୍ତୁ ପାଣିପାଗ ବିଭାଗ ମନା କରିଦେଇଛି। ପାଣିପାଗ ବିଭାଗ କହିଛି ଯେ ଆମେ ଆକାଶରେ ଏପରି ବେଲୁନ୍ ଛାଡି ନାହୁଁ।

ଜାପାନ ସରକାରଙ୍କ ମୁଖ୍ୟ କ୍ୟାବିନେଟ ସଚିବ ୟୋଶିହିଡେ ସୋଗା କହିଛନ୍ତି ଯେ ଏହି ବେଲୁନ୍ କେଉଁଠୁ ଆସିଛି ଏବଂ କେଉଁଆଡେ ଗଲା ଆମ ସରକାର ଜାଣନ୍ତି ନାହିଁ । କିଏ ଏହାର ମାଲିକ ତାହା ମଧ୍ୟ ଆମେ ଜାଣିନାହୁଁ |

କିଛି ଲୋକ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଏହି ବେଲୁନ୍ ଉତ୍ତର କୋରିଆ ଦ୍ୱାରା ଜାପାନରେ କରୋନା ଜୀବାଣୁ ବିସ୍ତାର କରିବାକୁ ପଠାଯାଇଛି । ତେବେ ଏପରି ଗୁଜବକୁ ନିଶ୍ଚିତ କରୁଥିବା କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ଜଣାପଡିଛି । ଏହି ବେଲୁନ୍ ବର୍ତ୍ତମାନ ଆଉ ଶେଣ୍ଡାଇ ସହରର ଆକାଶରେ ଦେଖା ଯାଉନଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment