ହାଇଦର ଉପରେ ଭାରି ପଡିଲା ପ୍ରେମ, ୩ ଯୁବତୀଙ୍କୁ ଏକାସାଙ୍ଗରେ ପ୍ରେମ କରୁଥିଲା ଗ୍ୟାଙ୍ଗଷ୍ଟାର
Khabar Odisha:Gangster-Haiders-Extraordinary-Love-Story-and-the-gangster-was-in-love-with-three-young-women-at-the-same-time

କଟକ, ଏପ୍ରିଲ ୧୭ (ଖବର ଓଡ଼ିଶା): ଏବେ ପୁରା ରାଜ୍ୟରେ ସବୁଠୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର । ହାଇଦର ଫେରାର ଠୁ ନେଇ ପୁଣି ତେଲେଙ୍ଗାନାରୁ ଧରାପଡିବା ଯାଏଁ ଅତି ରୋଚକ ମୟ ହାଇଦରର କାହାଣୀ । 

ଗତ ଏପ୍ରିଲ ୧୦ ତାରିଖ ଦିନ କଟକ ଏସସିବି ମଡ଼ ମେଡିକାଲରୁ ସୁରକ୍ଷାକର୍ମୀଙ୍କୁ ଚଖମା ଦେଇ ଫେରାର ହୋଇ ଯାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସେଖ୍ ହାଇଦର ଅଲ୍ଲୀ । ଏହାପର ଠାରୁ ହାଇଦର କେମିତି ଖସିଲା? ହାଇଦର ଖସିବା ପଛରେ କିଏ? କିଭଳି ଭାବରେ ହାଇଦର ଗାୟବ୍ ହେବା ନେଇ ବ୍ଲୁପ୍ରିଣ୍ଟ ରଚନା କରାଯାଇଥିଲା ସବୁ କିଛି ର ଖୋଳତାଡ ଆରମ୍ଭ କରିଥିଲା ପୋଲିସ୍ ।

କିନ୍ତୁ ବିଡମ୍ବନାର ବିଷୟ ହେଉଛି ଯେ ହାଇଦରର ଏହି ପରିଣତ ବୟସରେ ବି ତାର ନିଷ୍ଠାପର ପ୍ରେମ ଆଜି ତାକୁ ପୋଲିସ୍ ହାତରେ ପୁଣି ଧରାଇ ଦେଇଛି । ଜଣେ କି ଦୁଇ ଜଣ ନୁହେଁ ଏକାସାଙ୍ଗରେ ତିନି ତିନି ଜଣଙ୍କୁ ହାଇଦର ନିଜ ପ୍ରେମ ଜାଲରେ ଫସାଇ ପ୍ରେମ କରୁଥିଲା । ହାଇଦର କଟକରୁ ଫେରାର ହୋଇଗଲା କିନ୍ତୁ ନିଜ ପ୍ରେମିକା ମାନଙ୍କ ସାଙ୍ଗରେ ଲଗାତାର କଣ୍ଟାକ୍ଟରେ ରହିଥିଲା । ଆଉ ପ୍ରେମାଳାପ ଚଳାଇଥିଲା ।

ଗ୍ୟାଙ୍ଗଷ୍ଟାର ଏହି ରସିକିୟାପଣ ଏବେ ତା ଉପରେ ଭାରି ପଡିଛି । ପୋଲିସ୍ ତଦନ୍ତ ଆରମ୍ଭରୁ ହାଇଦର ଫେରାର ହେବା ପରେ ତାର ଜଣେ ପ୍ରେମିକାଙ୍କ ନମ୍ବର ଯାଞ୍ଚ କରୁ କରୁ ତାଙ୍କ ପାଖକୁ ରାଜ୍ୟ ବାହାରୁ ଲଗାତାର ଭାବରେ ୬ଟି ନମ୍ବରରୁ କଲ ଆସୁଥିବା ପୋଲିସ୍ ଜାଣିବାକୁ ପାଇଥିଲା । ଓ ଏହାପରେ ନମ୍ବର ଗୁଡିକୁ ସର୍ଭେଲାନ୍ସ ରେ ପକାଇବା ପରେ ହାଇଦର ଭିନ୍ନ ଭିନ୍ନ ନମ୍ବରରୁ କଲ କରି ନିଜ ପ୍ରେମିକା ମାନଙ୍କ ସଂସ୍ପର୍ଶରେ ରହୁଥିବା ଜଣାପଡିଥିଲା ।

ଏହାପରେ ସେହି ସମସ୍ତ ନମ୍ବରର କଲ ଡିଟେଲ୍ସରୁ ହାଇଦରର ଅନ୍ୟ ୨ ପ୍ରେମିକାଙ୍କ ସୁରାକ ପାଇଥିଲା କମିଶନରେଟ୍ ପୋଲିସ୍ ।

ଅନ୍ୟ ଦୁଇ ଜରଙ୍କ ପାଖକୁ ମଧ୍ୟ ସମାନ ଢଙ୍ଗରେ ହାଇଦର ଭିନ୍ନ ଭିନ୍ନ ନମ୍ବରୁ କଲ କରୁଥିଲା ଓ ଲଗାତାର ଭାବରେ ଫେରାର ହେବା ପରଠାରୁ ତାର ୩ ପ୍ରେମିକାଙ୍କ ସଂସ୍ପର୍ଶରେ ରହିଥିଲା ଗ୍ୟାଙ୍ଗଷ୍ଟାର ହାଇଦର ।

ତେବେ ସୂଚନା ଅନୁଯାଇ ଗ୍ୟାଙ୍ଗଷ୍ଟର ପ୍ରେମରେ ପଡ଼ିଥିବା ତିନି ଯୁବତୀଙ୍କ ମଧ୍ୟରୁ ଜଣକ ବୟସ ୧୮ ବର୍ଷ ହୋଇଥିବାବେଳେ ଆଉ ଦୁଇ ଜଣଙ୍କ ବୟସ ଯଥା କ୍ରମେ ୨୨ ଓ ୨୬ । ଏମାନଙ୍କ ମଧ୍ୟରୁ ଜଣେ ଭୋଗରାଇ ବାଲେଶ୍ୱର ବାସିନ୍ଦା ହୋଇଥିବାବେଳେ ଜଣେ ପଟ୍ଟାମୁଣ୍ଡାଇ ଓ ଆଉ ଜଣେ କଟକ ମାହାଙ୍ଗା ବାସିନ୍ଦା । ରୋଚକ କଥା ଏହି କି ଯେ ଏହି ତିନି ଜଣ ଯୁବତୀଙ୍କୁ ହାଇଦର ଭଲ ପାଉଥିଲା ସତ କିନ୍ତୁ କାହାକୁ ବି ଅନ୍ୟ ଦୁଇ ଜଣଙ୍କ ବାବଦରେ ଅବଗତ କରାଇନଥିଲା । 

ହାଇଦରର ନମ୍ବରରୁ ହାଇଦର ଥିବା ଯାଗା ଚିହ୍ନଟ କରି ୧୩ ତାରିଖ ସୁଦ୍ଧା କମିଶନରେଟ୍ ପୋଲିସ୍ କୁ ତର ଗତିବିଧି ଉପରେ ସୂଚନା ମିଳିଥିଲା ଓ ଏହାପରେ ତେଲେଙ୍ଗାନା ପୋଲିସ୍ ର ସହାୟତାରେ ଅତି ସତର୍କତା କ୍ରମେ କମିଶନରେଟ୍ ପୋଲିସ୍ ତେଲେଙ୍ଗାନାରୁ ହାଇଦର କୁ ଗିରଫ କରିବାରେ ସଫଳ ହୋଇଛି ।

  • Tags:

Subscribe

National International State Sports Entertainment