ଫାରୁକ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ, କାଶ୍ମୀର ଲୋକ ନିଜକୁ ଭାରତୀୟ ଭାବୁ ନାହାଁନ୍ତି କିମ୍ୱା ଭାରତୀୟ ହେବାକୁ ଚାହୁଁନାହାଁନ୍ତି
Khabar Odisha:Former-Chief-Minister-Farooq-Abdullahs-big-claim---Kashmiris-do-not-consider-themselves-Indians
ଶ୍ରୀନଗର, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା):

ଜାମ୍ମୁ କାଶ୍ନୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ପୁଣି ଥରେ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଜାମ୍ମୁ କାଶ୍ମୀରରେ ଧାରା 370 ରଦ୍ଦ ହେବା ପରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ରାଜ୍ୟବାସୀ ନିଜକୁ ଭାରତୀୟ ବୋଲି ଭାବନ୍ତି ନାହିଁ । ସେ କହିଛନ୍ତି ଯେ କାଶ୍ମୀରବାସୀ ନିଜକୁ ଭାରତୀୟ ଭାବନ୍ତି ନାହିଁ କିମ୍ବା ସେମାନେ ଭାରତୀୟ ହେବାକୁ ଚାହାଁନ୍ତି ନାହିଁ । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଥିବା ଲୋକମାନେ ଚାହୁଁଛନ୍ତି ଯେ ଚୀନ୍ ସେମାନଙ୍କ ଉପରେ ଶାସନ କରୁ । ସତ କହିବାକୁ ଗଲେ ମୁଁ ଆଶ୍ଚର୍ଯ୍ୟ ହେବି ଯଦି ସେ (ସରକାର) ସେଠାରେ ଜଣେ ବି ବ୍ୟକ୍ତିଙ୍କୁ ପାଇବେ ଯିଏ ନିଜକୁ ଜଣେ ଭାରତୀୟ ବୋଲି କହିବାକୁ ଚାହୁଁଛନ୍ତି ।

ଅବଦୁଲ୍ଲା ଆହୁରି କହିଛନ୍ତି, 'ତୁମେ ଯାଇ ସେଠାରେ ଥିବା କାହା ସହିତ କଥାବାର୍ତ୍ତା କର | ସେମାନେ ନିଜକୁ ଭାରତୀୟ କିମ୍ବା ପାକିସ୍ତାନୀ ଭାବନ୍ତି ନାହିଁ । ସେ ଧାରା 370 ଅପସାରଣ କରିବା ନିଷ୍ପତିକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି । ଉପତ୍ୟକାର ଲୋକମାନେ ବିଭାଜନ ସମୟରେ ପାକିସ୍ତାନ ଯିବାର ଥିଲା, କିନ୍ତୁ ସେମାନେ ସେତେବେଳେ ମୋଦିଙ୍କ ଭାରତ ନୁହେଁ ଗାନ୍ଧୀଙ୍କ ଭାରତକୁ ବାଛିଥିଲେ ।

ଜାମ୍ମୁ କାଶ୍ମୀରର ଏହି ନେତା କହିଛନ୍ତି ଯେ ଆଜି ଚୀନ୍ ଗୋଟିଏ ପାର୍ଶ୍ୱରୁ ଭାରତ ଆଡକୁ ମାଡି ଆସିଲାଣି । ଯଦି ଆପଣ କୌଣସି କାଶ୍ମୀରବାସୀଙ୍କୁ ପଚାରନ୍ତି, ତେବେ ଆପଣ ଜାଣିବେ ଯେ ସେମାନେ ମଧ୍ୟ ସେଇଆ ଚାହୁଁଛନ୍ତି ଯେ ଚୀନ୍ ଭାରତ ଆଡକୁ ଆସୁ । ଯେତେବେଳେ କି ସେମାନେ ଜାଣିଛନ୍ତି ଚୀନ୍ ମୁସଲମାନମାନଙ୍କ ସହିତ କଣ କରିଥାଏ । କେନ୍ଦ୍ରକୁ ଟାର୍ଗେଟ କରି ଫାରୁକ୍ ଅବଦୁଲ୍ଲା ଦାବି କରିଛନ୍ତି ଯେ ଯଦି ସେ ଜାମ୍ମୁ କାଶ୍ମୀରର କୌଣସି ସ୍ଥାନରେ ଭାରତ ବିଷୟରେ କିଛି କୁହନ୍ତି, ତେବେ ତାଙ୍କ କଥା ଶୁଣିବାକୁ କେହି ରାଜି ହେଉ ନାହାଁନ୍ତି । ସେ କହିଛନ୍ତି, 'AK 47 ନେଇଥିବା ସୁରକ୍ଷା କର୍ମୀମାନେ ସେଠାରେ ଥିବା ପ୍ରତ୍ୟେକ ରାସ୍ତାରେ ଠିଆ ହୋଇଛନ୍ତି । ଆପଣ ଏହି ଗୋଟିଏ କଥାରୁ ହିଁ ଜାଣି ପାରୁଥିବେ ସ୍ୱାଧୀନତା କେଉଁଠାରେ ଅଛି ବୋଲି ?

  • Tags:

Subscribe

National International State Sports Entertainment