ଆଜି ହେଉଛି ପବିତ୍ର ବିଶ୍ଵକର୍ମା ପୂଜା । ଧରାପୃଷ୍ଠ ରେ ପୂଜା ପାଇବେ ଦେବଶିଳ୍ପୀ ବିଶ୍ଵକର୍ମା । ଭଗବାନ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଇଞ୍ଜିନିୟର ଭାବରେ ପରିଗଣିତ କରାଯାଏ। ସେଥିପାଇଁ ବିଶ୍ୱକର୍ମା ପୂଜାରେ ସମସ୍ତ ଯନ୍ତ୍ର ଓ ଉପକରଣ ପୂଜା କରାଯାଏ। ଭଗବାନ ବିଶ୍ୱକର୍ମାଙ୍କ ସନାତନ ଧର୍ମରେ ବିଶେଷ ମହତ୍ତ୍ୱ ରହିଛି। ବିଶ୍ୱାସ କରାଯାଏ ଯେ ଏହି ପୃଥିବୀରେ ଯାହା କିଛି ବି ଅଛି ତାହା ଭଗବାନ ବିଶ୍ୱକର୍ମାଙ୍କ ସୃଷ୍ଟି। ଶାସ୍ତ୍ର ଅନୁଯାୟୀ ଭଗବାନ ବ୍ରହ୍ମା ସମସ୍ତ ସୃଷ୍ଟିକୁ ରଚନା କରିଛନ୍ତି ଏବଂ ଭଗବାନ ବିଶ୍ୱକର୍ମା ବ୍ରହ୍ମାଣ୍ଡକୁ ସୁନ୍ଦର ଭାବରେ ସଜାଇଛନ୍ତି। କୁହାଯାଏ ଭଗବାନ ବିଶ୍ୱକର୍ମା ବାସ୍ତୁର ସନ୍ତାନ ଏବଂ ବାସ୍ତୁର ଜନକ ହେଲେ ଭଗବାନ ବ୍ରହ୍ମା। ଏହି କାରଣରୁ ଭଗବାନ ବିଶ୍ୱକର୍ମାଙ୍କୁ ବାସ୍ତୁଶାସ୍ତ୍ରୀଙ୍କ ପିତା ଭାବରେ ବିବେଚନା କରାଯାଏ। ମହାଭାରତ ସମୟରେ ଭଗବାନ ବିଶ୍ୱକର୍ମା ରାବଣର ଲଙ୍କା, ଦେବଲୋକ, ଭଗବାନ କୃଷ୍ଣଙ୍କ ଦ୍ୱାରକା ଏବଂ ଇନ୍ଦ୍ରପ୍ରସ୍ଥ ନିର୍ମାଣ କରିଥିଲେ। ବିଶେଷକରି ବିଶ୍ୱକର୍ମା ଜୟନ୍ତୀ ଉପରେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଏବଂ ଉପକରଣଗୁଡ଼ିକୁ ପୂଜା କରିବାର ନିୟମ ରହିଛି। ଏହି ଦିନ ପୂଜା ପରେ ସମସ୍ତ ନିର୍ମାଣ ଅନୁଷ୍ଠାନ ବନ୍ଦ ରଖାଯାଇଥାଏ।
ତେବେ ଏହି ଦିନ ଆମକୁ କିଛି ଜିନିଷକୁ ମାନିବାକୁ ପଡିଥାଏ । ଏହି ଦିନ ଏମିତି ଭୁଲଗୁଡିକ ଠାରୁ ଦୂରରେ ରହିବ ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିପାରେ ।
-ଏହି ଦିନ କାରଖାନା ଏବଂ ଯନ୍ତ୍ରପାତି ଗୁଡିକୁ ପୂଜା କରାଯାଏ ବୋଲି ଆମେ ଆପଣଙ୍କୁ କହିଥିଲୁ । ସେଥପାଇଁ ଏହି ଦିନ ଆପଣ ଯନ୍ତ୍ରପାତି ଗୁଡିକୁ ସମ୍ମାନର ସହିତ ରଖନ୍ତୁ ଏବଂ ଯଦି ସମ୍ଭବ ତେବେ ସେଗୁଡିକର ପୂଜା କରନ୍ତୁ।
-ଯଦି ଆପଣ କୌଣସି କାରଖାନାର ମାଲିକ ଅଟନ୍ତି, ତେବେ ଆପଣ ଏହି ଦିନ ଯନ୍ତ୍ରପାତି ବ୍ୟବହାର କରିବା ଠାରୁ ଦୂରରେ ରୁହନ୍ତୁ, ଏବଂ ସେଗୁଡିକର ପୂଜା କରନ୍ତୁ ଏବଂ ସେଗୁଡିକୁ ସଫା କରନ୍ତୁ। -ଯେଉଁ ବସ୍ତୁଗୁଡିକୁ ଆପଣ ନିଜ ଜୀବନରେ ପ୍ରତିଦିନ ବ୍ୟବହାର କରିଥାନ୍ତି, ସେଗୁଡିକୁ ବିଶ୍ବକର୍ମା ପୂଜା ଦିନ ସଫା କରିବାକୁ ଭୁଲନ୍ତୁ ନାହିଁ। ଆପଣ ଆପଣଙ୍କର ଗାଡି ଗୁଡିକର ସଫା କରନ୍ତୁ ଏବଂ ସେଗୁଡିକୁ ପୂଜା କରନ୍ତୁ।
-ଯେଉଁମାନଙ୍କର କାରଖାନା ଅଛି କିମ୍ବା ମେସିନ ସହିତ ଜଡିତ କୌଣସି କାର୍ଯ୍ୟ ଅଛି, ସେମାନଙ୍କୁ ବିଶ୍ବକର୍ମା ପୂଜା ଦିନ ସେମାନଙ୍କର ମେସିନ ବ୍ୟବହାର କରିବା ଉଚିତ ନୁହେଁ।
-ବିଶ୍ବକର୍ମା ପୂଜା ଦିନ ଭୁଲରେ ମଧ୍ଯ ମାଂସ ଏବଂ ମଦପାନ କରନ୍ତୁ ନାହିଁ। ନିଜ ବ୍ୟବସାୟର ବୃଦ୍ଧି ପାଇଁ ଆପଣଙ୍କୁ ବିଶ୍ବକର୍ମା ପୂଜା ଦିନ ନିର୍ଜନ ଲୋକ ଏବଂ
ବ୍ରାହ୍ମଣଙ୍କୁ ଦାନ କରିବା ଉଚିତ୍।