କେବେ ଆପଣ ଜେଲରେ କଏଦୀ ମାନଙ୍କୁ ମଟନ ବିରିୟାନୀ ଖାଇବାର ଶୁଣିଛନ୍ତି କି ? କେବଳ ମଟନ ବିରିୟାନୀ ନୁହେଁ ତାସହ ମିଳୁଛି ଚିକେନ ତରକାରୀ ମଧ୍ୟ ,ଏହା ଶୁଣିବାକୁ ଅଡୁଆ ଲାଗୁଥିଲେବି ଏହା ସତ। ଏପରି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଜେଲରେ ।ଚାରିଆଡେ ଦୁର୍ଗାପୂଜାର ଆସର ଜମିବାରେ ଲାଗିଛି ।ପ୍ରତ୍ୟେକ ପର୍ବରେ କଏଦୀମାନେ ଭଲ ଖାଦ୍ୟ ପାଇଁ ଅନୁରୋଧ କରିଥାନ୍ତି। ତେଣୁ ଚଳିତ ବର୍ଷ ସମସ୍ତ କଏଦୀଙ୍କ ପାଇଁ ନୂଆ ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଇଛି ।
ଜେଲରେ କଏଦୀ ମାନେ ଖାଇବେ ମଟନ୍ ବିରିୟାନୀ, ଚିକେନ ତରକାରୀ। ପ୍ରସ୍ତୁତ କରାଗଲା ସ୍ୱତନ୍ତ୍ର ମେନୁ । ଜେଲରେ ଥାଇ ମଧ୍ୟ କଏଦୀ ମାନଙ୍କୁ ଖାଇବାକୁ ମିଳିବ ସୁସ୍ୱାଦୁ ଖାଦ୍ୟ। ଦୁର୍ଗାପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା କୋଲକାତାରେ କଏଦୀଙ୍କୁ ମିଳିଛି ଦୁର୍ଗାପୂଜା ଭେଟି । ପଶ୍ଚିମବଙ୍ଗର ଜେଲରେ ଥିବା କଏଦୀଙ୍କ ପାଇଁ ଦୁର୍ଗାପୂଜା ସ୍ପେଶାଲ ମେନ୍ୟୁ ପ୍ରସ୍ତୁତ କରାଯାଇଛି । ଏଥିରେ କଏଦୀଙ୍କୁ ମଟନ୍ ବିରିୟାନୀ, ଚିକେନ ତରକାରୀ ସହ ଅନ୍ୟାନ୍ୟ ବଙ୍ଗୀୟ ପାରମ୍ପରିକ ଖାଦ୍ୟ ପରଷାଯିବ। ଅକ୍ଟୋବର ୯ ତାରିଖ ସପ୍ତମୀ ପୂଜାରୁ ନେଇ ଅକ୍ଟୋବର ୧୨ ଦଶମୀ ଯାଏଁ କଏଦୀ ଖାଇବେ ଏପରି ସୁସ୍ୱାଦୁ ଖାଦ୍ୟ । ପଶ୍ଚିମବଙ୍ଗର ସଂଶୋଧନ ଗୃହ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।
ଏପରି କରିବା ଦ୍ୱାରା କଏଦୀଙ୍କ ମନରେ ସକାରତ୍ମକ ଚିନ୍ତାଧାରା ସୃଷ୍ଟି ହେବ ବୋଲି କହିଛନ୍ତି ଜେଲର ଜଣେ କର୍ମଚାରୀ ।କେବଳ ବିରିୟାନୀ ନୁହେ ପ୍ରସିଦ୍ଧ ଖିରି ପୁରୀ ଏବଂ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ ହେବ ବୋଲି କହିଛନ୍ତି । କେବଳ ଆମିଷ ନୁହେ ନିରାମିଷ ଲୋକଙ୍କ ପାଇଁ ନିରାମିଷ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯିବାର ବ୍ୟବସ୍ତା କରାଯାଇଛି ।