ତାମିଲନାଡୁ ରାଜନୀତିରେ ଏବେ ସବୁଠାରୁ ଚର୍ଚ୍ଚିତ ନାମ ହେଉଛି ଅଭିନେତା ବିଜୟଙ୍କର। ତାଙ୍କ ଦଳ ଟିଭିକେ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିବା ବେଳେ, ଏବେ ଆଉ ଗୋଟିଏ କଥା ସମସ୍ତଙ୍କୁ ଆକର୍ଷଣ କରିଛି ବିଜୟଙ୍କ ଗାଡି ନମ୍ବର ‘TN 07 CM 2026’।
୨୦୨୪ରେ ଆସିଥିବା ବିଜୟଙ୍କ ଚଳଚିତ୍ର ‘GOAT’ରେ ଏହି ନମ୍ବର ପ୍ଲେଟ୍ ସହ ଗାଡି ଦେଖାଯାଇଥିଲା। ସେତେବେଳେ ଏହାକୁ ମାତ୍ର ଏକ ସିନେମାଟିକ୍ ଡିଟେଲ୍ ବୋଲି ଧରାଯାଇଥିଲା, କିନ୍ତୁ ଏବେ ଟିଭିକେର ବଡ଼ ଜିତ ପରେ ଏହାକୁ ‘ଭବିଷ୍ୟବାଣୀ’ ବୋଲି ଦେଖାଯାଉଛି।
ସୋସିଆଲ୍ ମିଡିଆରେ ଫ୍ୟାନ୍ମାନେ ଏହି ଗାଡିର ଫଟୋ ଓ ଭିଡିଓକୁ ଭାଇରାଲ୍ କରି କହୁଛନ୍ତି “ବିଜୟ ଆଗରୁ ସବୁ ପ୍ଲାନ୍ କରିଥିଲେ।” କେହି କେହି ଏହାକୁ ‘ଗଡ୍-ଲେଭେଲ୍ ପ୍ରେଡିକ୍ସନ୍’ ବୋଲି ମଧ୍ୟ କହୁଛନ୍ତି।
ନିର୍ଦ୍ଦେଶକ ଭେଙ୍କେଟ ପ୍ରଭୁ ମଧ୍ୟ ବିଜୟଙ୍କ ସେହି ଗାଡି ସହ ଥିବା ଭିଡିଓ ସେୟାର କରିଥିବା ବେଳେ, ଏହା ଏବେ ଆଉ ଅଧିକ ଭାଇରାଲ୍ ହୋଇପଡ଼ିଛି। ଫ୍ୟାନ୍ମାନଙ୍କ ମଧ୍ୟରେ ଚର୍ଚ୍ଚା ‘GOAT’ ଫିଲ୍ମଟି ବିଜୟଙ୍କ ରାଜନୈତିକ ଇଚ୍ଛାକୁ ମନରେ ରଖି ପ୍ରସ୍ତୁତ ହୋଇଥିଲା।
ସୂଚନା ଅନୁସାରେ, ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ବିଜୟ ଏହି ଗାଡି କିଣିଥିଲେ। ଏବେ ଟିଭିକେର ସଫଳତା ପରେ ସେହି ନମ୍ବର ପ୍ଲେଟ୍ ତାଙ୍କୁ ମୁଖ୍ୟମନ୍ତ୍ରୀ ପଥରେ ଆଗୁଆଁ କରୁଥିବା ଇଙ୍ଗିତ ଭାବେ ଦେଖାଯାଉଛି।
ଅଧିକ ପଢନ୍ତୁ: ଥଲପତି ବିଜୟଙ୍କ 5 ପଲିଟିକାଲ ଫିଲ୍ମ,ଯାହା ତାଙ୍କୁ କରିଥିଲା ଜନନାୟକ