ତାମିଲନାଡୁ ରାଜନୀତିରେ ବଡ଼ ପରିବର୍ତ୍ତନ। ବିଧାନସଭା ନିର୍ବାଚନରେ ଟିଭିକେ ବାଜିମାତ କରିଥିବା ବେଳେ, ଏବେ ସରକାର ଗଠନ ପଥ ସ୍ପଷ୍ଟ ହୋଇଛି। ମ୍ୟାଜିକ୍ ନମ୍ବର ୧୧୮ରୁ କିଛି ଦୂରେ ଥିବା ଟିଭିକେକୁ କଂଗ୍ରେସ ସମର୍ଥନ ଦେବାକୁ ଆଗକୁ ଆସିଛି।
କଂଗ୍ରେସ ମହାସଚିବ କେସି ଭେନୁଗୋପାଳ ପୂର୍ବରୁ ଇଙ୍ଗିତ ଦେଇଥିବାବେଳେ, ଏବେ ଦଳ ଅଧିକାରିକ ଭାବେ ସମର୍ଥନ ଦେବା ନେଇ ଘୋଷଣା କରିଛି। ସୂଚନା ଅନୁଯାୟୀ, ଏହି ସମର୍ଥନ ବଦଳରେ କଂଗ୍ରେସ ବିଜୟଙ୍କ ସରକାରରେ ୨ଟି କ୍ୟାବିନେଟ ମନ୍ତ୍ରୀ ପଦବୀ ଦାବି କରିଛି।
ଏହି ନିଷ୍ପତ୍ତି ପୂର୍ବରୁ ଦିଲ୍ଲୀ ଏବଂ ତାମିଲନାଡୁ କଂଗ୍ରେସ ନେତୃତ୍ୱ ମଧ୍ୟରେ ଆଲୋଚନା ହୋଇଥିଲା। ଅନଲାଇନ୍ ବୈଠକ ପରେ ଟିଭିକେକୁ ସମର୍ଥନ ଦେବାକୁ ଗ୍ରୀନ୍ ସିଗ୍ନାଲ୍ ମିଳିଥିଲା।
ଏହା ସହିତ ଖବର ମିଳୁଛି ଯେ, ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ରାହୁଲ ଗାନ୍ଧୀ ଯୋଗଦେଇପାରନ୍ତି। ୭ ତାରିଖ ଗୁରୁବାରକୁ ଶୁଭ ବୋଲି ବିଚାର କରି ବିଜୟ ସେହି ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଚେନ୍ନାଇର ନେହେରୁ ଷ୍ଟାଡିୟମରେ ଏହି ଭବ୍ୟ ଶପଥ ଗ୍ରହଣ ସମାରୋହ ହେବାକୁ ଯାଉଛି। ଏପର୍ଯ୍ୟନ୍ତ ଟିଭିକେର ସମସ୍ତ ୧୦୮ ଜଣ ବିଧାୟକଙ୍କୁ ଚେନ୍ନାଇରେ ରଖାଯାଇଛି ଏବଂ ସେମାନଙ୍କୁ ସହର ଛାଡିବାକୁ ମନା କରାଯାଇଛି।