କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଲେ ସ୍ମୃତିରେଖା ପହି
Khabar Odisha:smrutirekha-pahi-resign-from-congress-party

ଯାଜପୁର,୬ଏପ୍ରିଲ(ଖବର ଓଡିଶା); ଧର୍ମଶାଳା ହେଉଛି ରାଜ୍ୟର ଏକ ହାଇପ୍ରୋଫାଇଲ ନିର୍ବାଚନ ମଣ୍ଡଳି ହେଉଛି ।୨୦୧୯ ସାଧାରଣ ନିର୍ବାଚନରେ ସ୍ମୃତିରେଖା ପହି କଂଗ୍ରେସରୁ ଟିକେଟ ପାଇ କଡା ଟକ୍କର ଦେଇଥିଲେ ତାଙ୍କର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦିଙ୍କୁ । ଆଜି ସେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଇସ୍ତାଫା ପତ୍ର ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରରେ କଂଗ୍ରେସ ଉପରେ ଲଗାଇଛନ୍ତି ଅନେକ ଅଭିଯୋଗ । ଦଳରେ ତାଙ୍କୁ କିପରି କୌଣଷି କାର୍ଯ୍ୟରେ ସହେଯାଗ କରଯାଉ ନଥିଲା ଏବଂ କଂଗ୍ରେସ ଦଳ ଓଡିଶାରେ ବିଜେଡିର ସବୁ ଅନୈତିକ କାର୍ଯ୍ୟରେ ସହେଯାଗ କରୁଥିବା ସେ ଅଭିଯୋଗ କରିଛନ୍ତି । 

ସେ କହିଛନ୍ତି ୨୦୧୯ ନିର୍ବାଚନରେ କଂଗ୍ରେସ ନିମ୍ନଗାମୀ ହେବା ସମୟରେ ମୁଁ ଜଣେ ମହିଳା ହୋଇ କଂଗ୍ରେସରୁ ଟିକେଟ ନେଇ ଲଢ଼ିବା ପାଇଁ ସାହାସ ବାନ୍ଧିଥିଲି । ମାତ୍ର ପରବର୍ତ୍ତୀ ସମୟରେ କଂଗ୍ରେସର ଉଚ୍ଚାରଣ ଓ ଆଚରଣ ମୋତେ ବହୁତ କଷ୍ଟ ଦେଇଛି । ଯେତେବେଳେ କଂଗ୍ରେସ ଦଳ ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ଦୁଇ ଦୁଇଟି ବଡ ବଡ଼ ବିବାଦ ଯଥା ସ୍ମିତାରାଣୀ ହତ୍ୟାକାଣ୍ଡ , ମାମୁ ଭଣଳା ଘାଇ ଘଟଣା ହେଉ କିମ୍ । ଖଣି ଖାଦାନ ମାମଲାରେ ସ୍ୱର ଉତୋଳନ କରିବା ପାଇଁ ମୁଁ ଅଂଟା ଭିତୁଥିଲି ସେତେବେଳେ କଂଗ୍ରେସ ଦଳ ମୋତେ ସହଯୋଗ କଲା ନାହିଁ । 

ମୋତେ ଲାଗୁଛି ଓଢ଼ିଶା ମାଟିରେ କଂଗ୍ରେସ ପାର୍ଟି ଆଗକୁ ବଢ଼ିପାରିବ ନାହିଁ ଏହି ଦଳରେ ରହି ଧର୍ମଶାଳାବାସୀଙ୍କ ହକ୍ ପାଇଁ ଲଢ଼େଇ କରିବାର ସମ୍ଭାବନା କ୍ଷୀଣ ଦେଖାଯାଉଛି । ସାରା ଓଡ଼ିଶାରେ ନିଳ ଦଳକୁ ବଢ଼ାଇବା ପାଇଁ କଂଗ୍ରେସର କିଛି ଯୋଜନା ଅଛି ନା ଆଗାମୀ ଦିନ ପାଇଁ କିଛି ଚିନ୍ତା କରୁଛି । ବିଧାନସଭା ଭିତରେ ହେଉ କିମ୍ବା ବାହାରେ କଂଗ୍ରେସର ବିଳୁ ଜନତା ଦଳ ସାଙ୍ଗରେ ଏକ ଅଘୋଷିତ ଫେଟ କଲା ଭଳି ମୁଁ ମନେକରୁଛି । ଯେଉଁଥିପାଇଁ ମୁଁ କଂଗ୍ରେସରେ ରହିବାକୁ ଉଚିତ ମନେ କରୁନାହିଁ । କଂଗ୍ରେସ ଓଡ଼ିଶାରେ ବିଜେଡ଼ି ଦଳର ବି ଟିମ୍ ଭଳି କାମ କରୁଛି । ଯେଉଁ କାରଣରୁ ଏହି ଦଳରେ ରହି ଧର୍ମଶାଳାବାସୀଙ୍କୁ ସେବା ଯୋଗାଇବା ସମ୍ଭବପର ନୁହେଁ ।

ମୋତେ ବହୁତ କଷ୍ଟ ହେଲା ପରେ ଆଜି ଏହି ନିଷ୍ପତି ନେବା ପାଇଁ ଯାଉଛି ଧର୍ମଶାଳାରେ ଯେଉଁ ମନୋମୁଖୀ ନେତୃତ୍ବ ଚାଲିଛି ଏହା ବିରୁଦ୍ଧରେ ମୋର ଲଢ଼େଇ ଜାରୀ ରହିବ । ଧର୍ମଶାଳାବାସୀଙ୍କ ସ୍ବାର୍ଥ ପାଇଁ ମୁଁ ଦୃଢ଼ ସଂକଳ୍ପବଦ୍ଧ । ଧର୍ମଶାଳାବାସୀଙ୍କ କଲ୍ୟାଣ ପାଇଁ ଆଜି ମୁଁ କଂଗ୍ରେସ ଦଳରୁ ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦପଦବୀରୁ ଇସ୍ତଫା ଦେଉଛି ।

  • Tags:

Subscribe

National International State Sports Entertainment