ନୂଆଦିଲ୍ଲୀ: ଏଠାରେ ଏକଛତ୍ରବାଦ ଶାସନ ଚାଲିଛି । କ’ଣ କ’ଣ ଠୋକିବାର ଅଛି କୁହ, ଆମେ ଠିକରେ ଠୋକି ଦେବୁ । ସଂସଦରେ ଆଜି ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ । ଯାହାକୁ ନେଇ ଗୃହରେ ଜୋର ଦାର ହଙ୍ଗାମା ହୋଇଛି ।
ନୂତନ ଶିକ୍ଷା ନୀତି ଏବେ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଯାହାକୁ ନେଇ ସଂସଦର ଉଭୟ ଗୃହ ଉଠୁଛି ପଡ଼ୁଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଜୋରଦାର ହଙ୍ଗାମା କରୁଛନ୍ତି । ଏହାରି ମଧ୍ୟରେ ମଲ୍ଲିକାର୍ଜୁନ ଖଡ଼ଗେ ମଙ୍ଗଳବାର ଶିକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟକୁ ନିନ୍ଦା କରିଥିଲେ । ଏହି ସମୟରେ ଉପ ସଭାପତି ତାଙ୍କୁ କହିବାକୁ ବସିବାକୁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଖଡ଼ଗେ ଆଗକୁ କହିଥିଲେ ଯେ ଏଠାରେ ଏକଛତ୍ରବାଦ ଶାସନ ଚାଲିଛି । ତାଙ୍କୁ ପୁଣି ଥରେ ଉପ ସଭାପତି ଅଟକାଇଥିଲେ । ପରେ ଖଡ଼ଗେ ଆହୁରି ନିଜ ମନ୍ତବ୍ୟକୁ ଟାଣ କରି କହିଥିଲେ ଯେ କ’ଣ କ’ଣ ଠୋକିବାର ଅଛି କୁହ, ଆମେ ଠିକରେ ଠୋକି ଦେବୁ । ଯାହା ପରେ ଶାସକ ଦଳର ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ । ବିଜେପି ସାଂସଦ ତଥା ମନ୍ତ୍ରୀ ଜେ ପି ନଡ୍ଡା ଏହାର ନିନ୍ଦା କରିଥିଲେ । ବିରୋଧୀ ନେତାଙ୍କଠାରୁ ଏଭଳି ଭାଷାର ସ୍ୱୀକାର କରାଯିବା ନାହିଁ । ଏଥିପାଇଁ ଖଡ଼ଗେ କ୍ଷମା ପ୍ରାର୍ଥନା କରିବା ଉଚିତ ।
ଅଧିକ ପଢ଼ନ୍ତୁ- ବିବାହ ବନ୍ଧନରେ ବାନ୍ଧି ହେବେ ଅନୁଭବ ଓ ଜାଗ୍ରତି, ସାମ୍ନାକୁ ଆସିଲା ମେହେନ୍ଦୀର ଫଟୋ
ଶାସଦ ଦଳର କଡ଼ା ଆଭିମୁଖ୍ୟ ପରେ ଶେଷରେ ନରମି ଥିଲେ ଖଡ଼ଗେ । ସେ ନିଜ ଶବ୍ଦ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ସେ କହିଥିଲେ ଯେ ଯଦି ମୋ କଥା କାହାକୁ ଆଘାତ ଦେଇଛି ତେବେ ସେଥିପାଇଁ କ୍ଷମା ମାଗୁଛି । ଖଡ଼ଗେ ମାଞ୍ଚାସୀନ ସଭାପତିଙ୍କୁ କହିଥିଲେ, ଆପଣଙ୍କୁ କ୍ଷମା ମାଗିବି କିନ୍ତୁ ସରକାରଙ୍କୁ ନୁହେଁ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗୃହରେ ଭାଷଣ ଦେଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଡିଏମକେ ଏକ ଅଗଣତାନ୍ତ୍ରିକ ଏବଂ ଅସଭ୍ୟ ଦଳ। ଏହାର ଜବାବରେ, ଡିଏମକେ ସାଂସଦ କାନିମୋଝି ଧର୍ମେନ୍ଦ୍ର ପ୍ରଧାନଙ୍କୁ 'ଅସଭ୍ୟ' ବୋଲି କହିବାରୁ ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ କେନ୍ଦ୍ରର ସର୍ତ୍ତ ସହିତ ନୂତନ ଶିକ୍ଷା ନୀତି ଏବଂ ତିନି ଭାଷା ନୀତିକୁ ଆମେ କେବେ ଗ୍ରହଣ କରିବୁ ନାହିଁ।