କାଲିଠୁ ସଂସଦର ଶୀତ ଅଧିବେଶନ, ଏହି ସବୁ ପ୍ରସଙ୍ଗ ଉଠାଇବ ବିଜେଡ଼ି, ବିଜେପି କହିଲା ସ୍ମିତାରାଣୀ ପ୍ରସଙ୍ଗ ଉଠାଇବୁ
Khabar Odisha:politics-odisha-winter-session-start-tomorrow-bjp-and-bjd-ready-to-raise-many-topic-in-parliament
ଭୁବନେଶ୍ଵର, ନଭେମ୍ବର୧୭(ଖବର ଓଡ଼ିଶା):

ଆସନ୍ତାକାଲିଠୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସଂସଦରେ ଜାତୀୟ ଦଳଠୁ ନେଇ ଆଞ୍ଚଳିକ ଦଳ କେଉଁ ପ୍ରସଙ୍ଗ ଉଠାଇ ରାଜ୍ୟ ପ୍ରତି ନିଜର ଦାବି ଉପସ୍ଥାପନ କରିବେ ତାକୁ ନେଇ ପ୍ରସ୍ତୁତି କରି ସାରିଛନ୍ତି। ଏହି କ୍ରମରେ ବିଜୁ ଜନତା ଦଳ(ବିଜେଡ଼ି) ଓ ରାଜ୍ୟ ବିଜେପି ମଧ୍ୟ ସଂସଦର ଶୀତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ଉଠାଇବେ। ଦରକାର ପଡ଼ିଲେ ସଂସଦରେ ସ୍ମିତାରାଣୀ ହତ୍ୟା ମାମଲା ଉଠାଯିବ ବୋଲି ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି।

ସଂସଦର ଶୀତାକାଳୀନ ଅଧିବେଶନ ନେଇ ବସନ୍ତ ପଣ୍ଡା କହିଛନ୍ତି ଯେ, ଗୃହରେ ଅପପୃଷ୍ଟି, ଏନଏନଆଇ, ଜଳସେଚନ ଆଦି ପ୍ରସଙ୍ଗ  ଉଠାଇବୁ। ସେ କହିଛନ୍ତି ଯେ, ବିଜେଡ଼ି ନିଜର ପରାଜିତଙ୍କୁ ଥଇଥାନ କରିବା ଲାଗି ବିଧାନସଭା ପରିଷଦ ଗଠନ କରିବା କଥା କହୁଛି। ରାଜ୍ୟରେ ଏବେ ସୁଦ୍ଧା ଶିଶୁ ଅପପୃଷ୍ଟିର ଶିକାର  ହେଉଛନ୍ତି। ରାଜ୍ୟରେ ଜଳସେଚନ ବହୁତ ନୈରାଶ୍ୟଜନକ ରହିଛି। ଏସବୁ ପ୍ରସଙ୍ଗ ସହିତ ଦରକାର ପଡ଼ିଲେ ସ୍ମିତାରାଣୀ ହତ୍ୟା ମାମଲା ଗୃହରେ ଉଠାଇବୁ ବୋଲି ସେ କହିଛନ୍ତି। 

ଅନ୍ୟପକ୍ଷେ ବିଜେଡ଼ିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୧୭ ଆଇକନିକ ପର୍ୟ୍ୟ ଟନସ୍ଥଳୀରେ ଓଡ଼ିଶାରୁ ଗୋଟିଏ ହେଲେ ପର୍ଯ୍ୟଟନକୁ ସ୍ଥାନ ନଦେବା ପ୍ରସଙ୍ଗ ଉଠାଇବୁ। ଏହା ସହିତ ଭୁବନେଶ୍ଵରରୁ ଦୁବାଇ ସିଧା  ବିମାନ ଉରଡ଼ାଣ ଲାଗି ଦାବି କରିବୁ। କଟକ ବାଲିଯାତ୍ରାକୁ ଜାତୀୟ ମେରିଟାଇମ ହେରିଟେକର ମାନ୍ୟତା, ଡିଷ୍ଟ୍ରିକ ମିନେରାଲ ଫଣ୍ଡ ଉପରୁ ଆୟକର ଉଚ୍ଛେଦ, ସିବିଏସଇ ଫିରେ ବୃଦ୍ଧି ଓ ପୋଲାଭରମ ପ୍ରସଙ୍ଗ ଉଠାଇବୁ। ଏପରିକି ଆବାସ ଯୋଜନାରେ ବକେୟା ରାଶି ଦେବାକୁ ଦାବି କରିବୁ ବୋଲି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। 

ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲା ଶନିବାର ସର୍ବଦଳୀୟ ବୈଠକ ଡକାଇଥିଲେ। ନାଗରିକ ସଂଶୋଧନ ବିଧେୟକ ପରି ବିବାଦୀୟ ବିଲକୁ ନେଇ ସଂସଦରେ ବିରୋଧୀ ହଟ୍ଟଗୋଳ କରି ପାରନ୍ତି। ଏହି ଅଧିବେଶନରେ ୨୨ଟି ନୂତନ ବିଲ୍ ଉପସ୍ଥାପନ କରାଯିବ ଏବଂ ଏହାକୁ ପାରିତ୍ କରିବାକୁ ସରକାର ଲକ୍ଷ ରଖିଛନ୍ତି। ସୂଚନାଯୋଗ୍ୟ, ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହେଉଛି। ଏହା ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ।

Subscribe

National International State Sports Entertainment