ନୂତନ ଫର୍ମୁଲା, ବିଜେପିକୁ ୩ ବର୍ଷ ଓ ଶିବସେନାକୁ ମିଳୁ ୨ ବର୍ଷ ମୁଖ୍ୟମନ୍ତ୍ରୀ ପଦ
Khabar Odisha:politics-odisha-ramdas-athwale-offers-new-formulae-for-maharashtra-3-years-for-bjp-and-2-years-for-shivsena-cm
ମୁମ୍ବାଇ, ନଭେମ୍ବର୧୮(ଖବର ଓଡ଼ିଶା):

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ଲାଗି ଜାରି ଛକାପଞ୍ଝା ମଧ୍ୟରେ ବିଜେପିର ସହଯୋଗୀ ପାର୍ଟି ରିପ୍ଲବିକନ ପାର୍ଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ରାମଦାସ ଅଠାଓ୍ଵଲେ ନୂତନ ଫର୍ମୁଲା ଦେଇଛନ୍ତି। ଶିବସେନା ଓ ବିଜେପି ମଧ୍ୟରେ ଉପୁଜିଥିବା ବିବାଦର ସମାଧାନର କଥା କହି ଅଠାଓ୍ଵଲେ ବିଜେପିକୁ ୩ ବର୍ଷ ଓ ଶିବସେନାକୁ ୨ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ପଦ ଦିଆଯାଉ ବୋଲି କହିଛନ୍ତି। ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ ଏହି ସଂଦର୍ଭରେ ଆଲୋଚନା କରିଥିବା ସେ କହିଛନ୍ତି।  ରାଉତ କହିଛନ୍ତି ଯେ, ଯଦି ବିଜେପି ଅଠାଓ୍ଵେଲଙ୍କ ଏହି ପ୍ରସ୍ତାବରେ ରାଜି ତେବେ ଏହି ବିଷୟରେ ଶିବସେନା ବିଚାର କରିପାରେ। ଏବେ ମୁଁ ବିଜେପି ସହିତ ଏହି ବିଷୟରେ ଆଲୋଚନା କରିବି।

ଏହା ମଧ୍ୟରେ ନୂଆଦିଲ୍ଲୀରେ ଏନସିପି ପ୍ରମୁଖ ଶରଦ ପାଓ୍ଵାର ଓ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ସରକାର ଗଠନ ନେଇ ବୈଠକ ହୋଇଛି। ଏହା ପୂର୍ବରୁ ଅଠାଓ୍ଵଲେ ଗୋଟିଏ ଦିନ ପୂର୍ବେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସହିତ ହୋଇଥିବା ଆଲୋଚନାର ଉଲ୍ଲେଖ କରି କହିଛନ୍ତି ଯେ, ମହାରାଷ୍ଟ୍ରରେ ଶୀଘ୍ର ବିଜେପି ସରକାର ଗଠନ କରିବ। ଅମିତ୍ ଶାହା ରାଜ୍ୟରେ ସବୁ କିଛି ଶୀଘ୍ର ଠିକ୍ ହୋଇଯିବ ବୋଲି କହିଛନ୍ତି। ବିଜେପି ଓ ଶିବସେନା ଏକାଠି ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବେ ବୋଲି ଅଠାଓ୍ଵଲେ କହିଛନ୍ତି। 

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨୯ରେ ଅଠାଓ୍ଵଲେ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦାବିକୁ ଅଧିକ ସମୟ ନଟାଣି ଉପମୁଖ୍ୟମନ୍ତ୍ରୀ ପଦ ନେବାକୁ ସମ୍ମତି ହେବାକୁ ଅପିଲ କରିଥିଲେ। ଅଠାଓ୍ଵଲେ ଏହା ମଧ୍ୟ କହିଥିଲେ ଯେ, ମୋତେ ଲାଗୁନାହିଁ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବ। ମାତ୍ର ଶିବସେନା ମହାରାଷ୍ଟ୍ର ସରକାରରେ କ୍ୟାବିନେଟର ଅଧିକ ବିଭାଗ ଓ କେନ୍ଦ୍ରରେ ଆଉ ଏକ ଅତିରିକ୍ତ ପଦ ନେଇପାରେ।

Subscribe

National International State Sports Entertainment