ନିର୍ମଳା ସୀତାରମଣ ଜଣେ ଅଯୋଗ୍ୟ ଅର୍ଥ ମନ୍ତ୍ରୀ: ରାହୁଲ
Khabar Odisha:politics-odisha-rahul-gandhi-takes-jibe-at-fm-nirmala-sitaraman-over-onions
ଓ୍ଵାୟନାଡ଼, ଡିସେମ୍ବର୦୫(ଖବର ଓଡ଼ିଶା):

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପିଆଜର ଅହେତୁକ ଦରବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆକ୍ଷେପ କରି ତାଙ୍କୁ ଅଯୋଗ୍ୟ ଅର୍ଥମନ୍ତ୍ରୀ କହିଛନ୍ତି। ରାହୁଲ କହିଛନ୍ତି ଯେ, ଅର୍ଥମନ୍ତ୍ରୀଙ୍କୁ କେହି ପ୍ରଶ୍ନ କରୁ ନାହାନ୍ତି ଯେ ସେ କଣ ଖାଆନ୍ତି ବରଂ  ଲୋକେ ଏହା ଜାଣିବାକୁ ଚାହୁଁଛନ୍ତି ଯେ, ଅର୍ଥବ୍ୟବସ୍ଥା କଣ ପାଇଁ ସଙ୍କଟରେ ଅଛି। ଉଲ୍ଲେଖନୀୟ ବୁଧବାର ଜଣେ ସାଂସଦ ନିର୍ମଳାଙ୍କୁ ପ୍ରଶ୍ନ କରିଥିଲେ ଯେ, କଣ ସେ ପିଆଜ ଖାଆନ୍ତି, ଯାହାର ମୂଲ୍ୟ ଏବେ ଆକାଶଛୁଆଁ ରହିଛି। ଏହାର ଜବାବ ଦେଇ ସୀତାରମଣ କହିଥିଲେ ଯେ, ମୁଁ ଏମିତି ପରିବାରରୁ ଆସିଛି, ଯେଉଁଠି ପିଆଜ ଓ ରସୁଣ ଖିଆଯାଏ ନାହିଁ।

କେରଳର ଓ୍ଵାୟନାଡ଼ରେ ଆୟୋଜିତ କଂଗ୍ରେସ ନେତୃତ୍ଵ ବୈଠକରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, କେହି ଆପଣଙ୍କୁ ପ୍ରଶ୍ନ କରୁନାହାନ୍ତି ଯେ ଆପଣ ପିଆଜ ଖାଆନ୍ତି ନା ନାହିଁ। ଆପଣ ଅର୍ଥମନ୍ତ୍ରୀ, ତେଣୁ ଆମେ ପ୍ରଶ୍ନ କରୁଛୁ ଯେ, ଦେଶର ଅର୍ଥବ୍ୟବସ୍ଥା କଣ ପାଇଁ ସଙ୍କଟର ସାମ୍ନା କରୁଛି। ନିର୍ମଳା ଅଯୋଗ୍ୟ, ଯାହାଙ୍କୁ ଜଣା ନାହିଁ ଯେ, ଦେଶରେ କଣ ହେଉଛି। ଯଦି ଆପଣ ଗରିବ ଲୋକଙ୍କୁ ପଚାରିଥାନ୍ତେ ତେବେ ଏହାର  ଉଚିତ୍ ଉତ୍ତର ପାଇଥାନ୍ତେ ବୋଲି ରାହୁଲ କହିଛନ୍ତି। ରାହୁଲ ଆରୋପ ଲଗାଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସବୁଠୁ ବଡ଼ ଶକ୍ତି ଏହାର ଅର୍ଥବ୍ୟବସ୍ଥାକୁ ଧ୍ଵଂସ କରି ଦେଇଛନ୍ତି।

ସେ କହିଛନ୍ତି ଯେ, ଆମେ ଲୋକଙ୍କ ସ୍ଵରକୁ ଭରସା କରିଥାଉ, ମାତ୍ର ନରେନ୍ଦ୍ର ମୋଦୀ କେବଳ ନିଜ ଉପରେ ଭରସା କରନ୍ତି। ସେ କୌଣସି ଦୋକାନୀଙ୍କୁ ମଧ୍ୟ ନୋଟବନ୍ଦୀ ବିଷୟରେ ପଚାରି ବୁଝି ନାହାନ୍ତି। ସେ ଚାଷୀ କି ଅନ୍ୟଙ୍କୁ ଏହି ବିଷୟରେ କିଛି ପଚାରି ନାହାନ୍ତି। ଭାରତର ସବୁଠୁ ବଡ଼ ଶକ୍ତି ଏହାର ଅର୍ଥବ୍ୟବସ୍ଥାକୁ ଧ୍ଵଂସ କରି ଦେଇଛନ୍ତି।

Subscribe

National International State Sports Entertainment