ସରକାର ଗଠନ ନେଇ ବାହାସ୍ପୋଟ ମାରୁଥିବା ଶିବସେନା ଏବେ ବ୍ୟାକଫୁଟରେ, କୁଆଡ଼େ ଗଲା ସେ ଦମ୍ଭ
Khabar Odisha:politics-odisha-maharashtra-election-now-sanjay-raut-says-government-formation-is-not-shivsenas-responsibility
ନୂଆଦିଲ୍ଲୀ/ମୁମ୍ବାଇ, ନଭେମ୍ବର୧୮(ଖବର ଓଡ଼ିଶା):

ମହାରାଷ୍ଟ୍ରରେ ଅଦ୍ୟାବଧି ସରକାର ଗଠନ ନେଇ ଦମ୍ ଦେଖାଉଥିବା ଶିବସେନା ଅଚାନକ ବ୍ୟାକଫୁଟକୁ ଚାଲି ଆସିଛି। ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଶରଦ ପାଓ୍ଵାର ସରକାର ଗଠନ ଲାଗି କିଛି ସ୍ପଷ୍ଟ କହିବାକୁ ମନା କରିବା ପରେ ଶିବସେନାର ଟାଣ ମୁହଁ ନରମ ପଡ଼ିଛି। ଶରଦଙ୍କ ପରେ ସୋନିଆଙ୍କୁ ଭେଟିବାକୁ ପହଞ୍ଚିଥିବା ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କ ସ୍ଵର ନରମ ପଡ଼ିଥିବା ଦେଖାଯାଇଛି। ଏ ପର୍ଯ୍ୟନ୍ତ ସରକାର ଗଠନ କରିବାକୁ ବାହାସ୍ପୋଟ ମାରୁଥିବା ସଞ୍ଜୟ ରାଉତ କହିଛନ୍ତି ଯେ, ସରକାର ଗଢ଼ିବା ଦାୟିତ୍ଵ ଶିବସେନା ନେଇନଥିଲା। ଯାହାଙ୍କର ସରକାର ଗଢ଼ିବା ଦାୟିତ୍ଵ ଥିଲା, ସେମାନେ ପଳାୟନ କଲେ। ମାତ୍ର ମୋତେ ଭରସା ଯେ ଆମେ ଶୀଘ୍ର ସରକାର ଗଢ଼ିବୁ।

ଏ ଯାଏ ସରକାର ଗଢ଼ିବାକୁ ମୁହଁଟାଣ କରି କଥା କହୁଥିବା ସଞ୍ଜୟ ରାଉତ ଏବେ ଆମର ଦାୟିତ୍ଵ ନଥିବା କଥା କହିବା ଏହା ଇସାରା କରୁଛି ଯେ, ସରକାର ଗଢ଼ିବାକୁ କଂଗ୍ରେସ ଶିବସେନା ସହିତ ମେଣ୍ଟ କରିବାକୁ ଏବେ ମଧ୍ୟ ପଛଘୁଞ୍ଚା ଦେଉଛି। ଉଲ୍ଲେଖଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଏନସିପି ମୁଖ୍ୟ ଶରଦ ପାଓ୍ଵାର ଶିବସେନା ସହିତ କୌଣସି ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ଉପରେ ସମ୍ମତି ଥିବା ମନା କରି ଦେଇଥିଲେ। କେବଳ ଏତିକି ନୁହଁ ସରକାର ଗଠନ ନେଇ ଶିବସେନାକୁ କୌଣସି ପ୍ରକାରର ଭରସା ଦିଆଯାଇଥିବା ପ୍ରଶ୍ନ ଉପରେ ମଉନ ରହିଥିଲେ। 

ଉଲ୍ଲେଖନୀୟ ୧୭୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଥିବା ଶିବସେନାକୁ ଶରଦ ପାଓ୍ଵାର ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ବଡ଼ ଝଟକା ଦେଇଛନ୍ତି। ସେ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଥିଲେ ଯେ, କେବଳ କଂଗ୍ରେସ ଓ ଏନସିପି ଏହା ଉପରେ ନିଷ୍ପତ୍ତି ନେଇ ପାରିବେ ନାହିଁ, ଆମକୁ ଆମର ସହଯୋଗୀଙ୍କ ସହିତ ମଧ୍ୟ ଆଲୋଚନା କରିବାକୁ ପଡ଼ିବ। ଏହା ପୂର୍ବରୁ କୁହାଯାଉଥିଲା ଯେ, ସୋନିଆ ଗାନ୍ଧୀଙ୍କ ସହ ଶରଦଙ୍କ ଭେଟ ପରେ ସରକାର ଗଠନ ଉପରେ ବଡ଼ ନିଷ୍ପତ୍ତି ହୋଇଯିବ।

Subscribe

National International State Sports Entertainment