ପୁଣି ଥରେ ଦେଖିବାକୁ ମିଳିଲା ବିଜେପିଠୁ ଛିନ୍ନ ହେବାର ପୀଡ଼ା, ଉଦ୍ଧବ କହିଲେ ଆପଣ ଭଲ ହୋଇଥିଲେ ଏସବୁ ହୋଇନଥାନ୍ତା
Khabar Odisha:politics-odisha-maharashtra-chief-minister-uddhav-thackeray-opposition-leader-bjp-devendra-fadnavis
ମୁମ୍ବାଇ, ଡିସେମ୍ଵର ୦୧ (ଖବର ଓଡିଶା):

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସଙ୍କ ପ୍ରତି ନରମ ଆଭିମୁଖ୍ୟର ସଙ୍କେତ ଦେଇଛନ୍ତି। ସେ ରବିବାର ଗୃହରେ ଫଡ଼ଣବିସଙ୍କ ପ୍ରଶଂସା କରି କହିଛନ୍ତି ଯେ, ମୁଁ ତାଙ୍କଠୁ ବହୁତ କିଛି ଶିଖିବାକୁ ପାଇଛି, ମୁଁ ତାଙ୍କର ସର୍ବଦା ମିତ୍ର ହୋଇ ରହିବି। ସେ କହିଛନ୍ତି ଯେ, ମୁଁ ଗତ ୫ ବର୍ଷରେ କେବେ ବି ସରକାର ସହିତ ବିଶ୍ଵାସଘାତ କରି ନାହିଁ। ଉଦ୍ଧବ ଗୃହରେ ଦେବେନ୍ଦ୍ର ଫଡ଼ଣବିସଙ୍କୁ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆପଣ ଆମ ପାଇଁ ଭଲ ହୋଇଥାନ୍ତେ ତେବେ ଏସବୁ ହୋଇନଥାନ୍ତା। ମୁଁ ଆପଣଙ୍କୁ ଜଣେ ବିରୋଧୀ ନେତା ନୁହଁ ଏକ ଦାୟିତ୍ଵବାନ ନେତା ଭାବେ ସମ୍ବୋଧିତ କରିବି।

ଉଦ୍ଧବ କହିଛନ୍ତି ଯେ, ମୁଁ ଏବେ ମଧ୍ୟ ହିନ୍ଦୁତ୍ଵର ବିଚାରଧାରା ସହିତ ଅଛି। ଗତ ୫ ବର୍ଷରେ କେବେ ବି ସରକାର ସହିତ ବିଶ୍ଵାସଘାତ କରି ନାହିଁ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସଙ୍କୁ ଆକ୍ଷେପ କରି ଉଦ୍ଧବ କହିଛନ୍ତି ଯେ, ମୁଁ କେବେ ବି କହିନଥିଲି ଯେ ଏଠାକୁ ଫେରିକି ଆସିବି, ମାତ୍ର ମୁଁ ଏହି ଗୃହକୁ ଆସିଲି। ଉଲ୍ଲେଖଯୋଗ୍ୟ, ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଫଡ଼ଣବିସ କହିଥିଲେ ଯେ, ପୁଣି ଥରେ ମୁଁ। ଉଦ୍ଧବ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆପଣ ଭଲ ହୋଇଥାନ୍ତେ ତେବେ ବିଜେପି-ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହୋଇନଥାନ୍ତା।

ସେ କହିଛନ୍ତି ଯେ, ମୁଁ ଏମିତି ଜଣେ ବହୁତ ଭାଗ୍ୟଶାଳୀ ମୁଖ୍ୟମନ୍ତ୍ରୀ କାରଣ ଯେଉଁ ଲୋକ ଦିନେ ମୋର ବିରୋଧୀ ଥିଲେ, ଏବେ ସେମାନେ ମୋର ମିତ୍ର ଏବଂ ମୁଁ ଯାହାଙ୍କ ସହିତ ଥିଲି, ସେମାନେ ଏବେ ମୋର ବିରୋଧୀ। ମୁଁ ଏଠାକୁ ମୋର ଭାଗ୍ୟ ଓ ଲୋକଙ୍କ ଆଶୀର୍ବାଦ ସହିତ ଏଠାକୁ ଆସିଛି। 

ଉଦ୍ଧବ କହିଛନ୍ତି ଯେ, ମୁଁ ଫଡ଼ଣବିସଙ୍କୁ ବିରୋଧୀ ନେତା କହିବି ନାହିଁ, ତାଙ୍କୁ ଜଣେ ଦାୟିତ୍ଵବାନ ନେତା କହିବି। ମୁଁ ଫଡ଼ଣବିସଙ୍କଠୁ ବହୁତ କିଛି ଶିଖିଛି ଏବଂ ସର୍ବଦା ତାଙ୍କର ମିତ୍ର ହୋଇ ରହିବି। ମୁଁ ଏବେ ମଧ୍ୟ ହିନ୍ଦୁ ବିଚାରଧାରା ସହିତ ଅଛି ଏବଂ କେବେ ମଧ୍ୟ ଏହାକୁ ପରିହାର କରିବି ନାହିଁ। 

ଉଦ୍ଧବ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ ଦେବେନ୍ଦ୍ର ଫଡ଼ଣବିସଙ୍କ ସହିତ ମିତ୍ରତା ସ୍ଵୀକାର କରିବାରେ କୌଣସି ସଙ୍କୋଚ ନାହିଁ। ମୁଁ କହିବାରେ ତିଳେମାତ୍ର ସଙ୍କୋଚ କରିବି ନାହିଁ ଯେ ଦୀର୍ଘ ସମୟ ପର୍ୟ୍ୟ ନ୍ତ ଆମେ ଦୁହେଁ ବହୁତ ଭଲ ମିତ୍ର ରହିଲୁ। ଯଦି ଆପଣ ମୋର କଥା  ଶୁଣିଥାନ୍ତେ ତେବେ ମୁଁ ଘରେ ବସି ଟିଭିରେ ଏହି ସବୁ ଦୃଶ୍ୟ ଦେଖୁଥାନ୍ତି।

Subscribe

National International State Sports Entertainment