ମାତ୍ର ୧୦ ଦିନରେ ମୋ ସରକାର ଫୁସ୍ ହୋଇଗଲା
Khabar Odisha:politics-odisha-bjp-slams-naveen-sarkar-on-mo-sarkar-scheme
ଭୁବନେଶ୍ଵର, ଅକ୍ଟୋବର୧୨(ଖବର ଓଡ଼ିଶା):

 କ୍ୟାପିଟାଲ ହସ୍ପିଟାଲରେ ଫୁଟପାଥରେ ମହିଳାଙ୍କ ପ୍ରସବ ଘଟଣାକୁ ନେଇ ବିଜେପି ନବୀନ ସରକାର ଉପରେ ଶାଣିତ ସ୍ଵରରେ ହମଲା କରିଛି। ମାତ୍ର ୧୦ ଦିନରେ ମୋ ସରକାର ଫୁସ ହୋଇଗଲା ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା କଡ଼ା ମନ୍ତବ୍ୟ ଦେଇଛନ୍ତି। 

ସେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୨ରେ କ୍ୟାପିଟାଲ ହସ୍ପିଟାଲରୁ ମୋ ସରକାର ଯୋଜନାର ଶୁଭାରମ୍ଭ କରିଥିଲେ। ମାତ୍ର ୧୦ ଦିନ ନହେଉଣୁ ମୋ ସରକାର ଫୁସ୍ ହୋଇଗଲା। ଯେଉଁ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ  କାଲି ୧୧ ତାରିଖରେ ମୋ ସରକାର ସେହି ହସ୍ପିଟାଲରେ ସରିଗଲା। 

ସେ କହିଛନ୍ତି ଯେ, ୫ଟି ସଚିବ  ଭିକେ ପାଣ୍ଡିଆନ ମୋ ସରକାର ପାଇଁ ସାରା ରାଜ୍ୟ ବୁଲୁଛନ୍ତି। କିନ୍ତୁ ଖୋଦ୍ ରାଜଧାନୀର ପ୍ରମୁଖ ହସ୍ପିଟାଲ କ୍ୟାପିଟାଲରେ ସ୍ଵାସ୍ଥ୍ୟସେବାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳୁଛି, କଣ ଏଗୁଡ଼ାକ ଦେଖା ଯାଉନି। ତେଣୁ ମୋ ସରକାର କାଳିଆ ଯୋଜନା ପରି ଏକ ଭେଳିକି। ଲୋକଙ୍କୁ ଏଥିରେ କେବ ଭୂଆଁ ବୁଲାଯାଉଥିବା ସେ କହିଛନ୍ତି। 

ଉଲ୍ଲେଖଯୋଗ୍ୟ, ଗତକାଲି କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ମହିଳା କ୍ୟାପିଟାଲ ହସ୍ପିଟାଲ ପାଖ ଫୁଟପାଥରେ ପ୍ରସବ କରିଥିଲେ। ଲେବର ରୁମରୁ ଆସନ ପ୍ରସବାଙ୍କୁ ଡାକ୍ତର ଫେରାଇ ଦେବାରୁ ଯନ୍ତ୍ରଣା ଭୋଗୁଥିବା ଆସନ ପ୍ରସବା ବ୍ଲଡ ବ୍ୟାଙ୍କ ପାଖ ଫୁତଫାତରେ ପ୍ରସବ କରିଥିଲେ। 

ସାଲିଆ ସାହିର ଜଣେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ଡାକ୍ତରଙ୍କୁ ଦେଖାଇବା ପରେ ଲେବର ରୁମକୁ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ। ଯାହା ଫଳରେ ମହିଳା ଜଣକ ପ୍ରସବ ଯନ୍ତ୍ରଣା ସମ୍ଭାଳି ନପାରି ବ୍ଲଡ ବ୍ୟାଙ୍କ ପାଖ ଫୁଟପାଥରେ ପ୍ରସବ କରିଥିଲେ। ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି।

Subscribe

National International State Sports Entertainment