ମଧ୍ୟ ପ୍ରଦେଶ ରାଜନୀତିରେ ହଲଚଲ, ବିଜେପିର ଦାବି ଅଳ୍ପମତରେ କମଲନାଥ ସରକାର
Khabar Odisha:political-national-odisha-bhopal-lok-sabha-elections-2019-bjp-demands-to-convene-assembly-session
ନୂଆଦିଲ୍ଲୀ, ମଇ ୨୦ (ଖବର ଓଡିଶା) :

 ୨୦୧୯ ଲୋକସଭା ନିର୍ବାଚନ ଏବେ ସମାପ୍ତ ହୋଇଯାଇଛି କିନ୍ତୁ ଫଳାଫଳ ଆସିବା ବାକି ରହିଛି । ତେବେ ମଇ ୨୩ରେ ଘୋଷଣା ହେବାକୁ ଥିବା ଫଳାଫଳ ପୂର୍ବରୁ ଏକଜିଟ୍ ପୋଲର ଅନୁମାନ ସାମ୍ନାକୁ ଆସିଛି । ଯାହାକି ପୁଣି ଥରେ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ନେଇ ଭବିଷ୍ୟବାଣୀ କରୁଛି । ଏହି ସମୟରେ ବିଜେପି ମଧ୍ୟପ୍ରଦେଶରେ କମଲନାଥ ଅଳ୍ପମତରେ ସରକାର ଗଠନ କରିଥିବା ଅଭିଯୋଗ ଆଣିଛି । ନେତା ପ୍ରତିପକ୍ଷ ଗୋପାଳ ଭାର୍ଗବ ଏନେଇ ରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖି ଏକ ସଦନ ଡାକିବାକୁ ଦାବୀ କରିଛନ୍ତି । 

ଗୋପାଳ ଭାର୍ଗବ ଗଣମାଧ୍ୟମ ନିକଟରେ କହିଛନ୍ତି କି, ଏକଜିଟ ପୋଲ ଅନୁସାରେ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସକୁ ଦୁଇରୁ ତିନି ଆସନ ମିଳିବ । ଏଥିରୁ ସଙ୍କେତ ମିଳୁଛି କି, ମଧ୍ୟପ୍ରଦେଶରେ ବର୍ତମାନ ସରକାର ଜନତାଙ୍କ ଭରଷା ହରେଇଛି । ବହୁ କଂଗ୍ରେସ ବିଧାୟକ କମଲନାଥଙ୍କ ପ୍ରତି ଅତିଷ୍ଠ ହୋଇ ପଡିଲେଣି । ସେମାନେ ବିଜେପି ସହ ଆସିବାକୁ ଚାହୁଁଛନ୍ତି । ତେଣୁ ପୁଣି ଥରେ ବିଧାନସଭା ଅଧିବେଶନ ଡକାଯାଉ ବୋଲି ସେ ଦାବୀ କରିଛନ୍ତି । ଏହି ଅଧିବେଶନରେ କଂଗ୍ରେସକୁ ପୁଣି ଥରେ ବହୁମତ ସାବ୍ୟସ୍ତ କରିବାକୁ ପଡିବ । କାରଣ ସେ ଜାଣିଛନ୍ତି କମଲନାଥ ଏଥର ସମ୍ପୁର୍ଣ୍ଣ ଭାବରେ ଅକ୍ଷମ ହୋଇଯିବେ ।

ଏହା ପୂର୍ବରୁ ଇନ୍ଦୋରରେ ବିଜେପିର ରାଷ୍ଟ୍ରୀୟ ମହାସଚ୍ଚିବ କୈଳାଶ ବିଜୟବର୍ଗୀୟ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଉପରେ ଲୋକସଭା ନିର୍ବାଚନରେ ୨୨ଟି ଆସନ ଜିତିବା ଦାବୀକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ମଇ ୨୩ରେ ଫଳାଫଳ ଆସିବା ପରେ କମଲନାଥ ୨୨ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିବେ ନାହିଁ ତାହା ସନ୍ଦେହ । 

Subscribe

National International State Sports Entertainment