ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ଶେଷ ହୋଇଛି । ଲୋକସଭାକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକିଛନ୍ତି ଚା’ ବୈଠକ । ଏହି ବୈଠକକୁ ବିପକ୍ଷ ଦଳ ପ୍ରତ୍ୟାଖାନ କରିଛି । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳର ଅନେକ ଯୁବ ନେତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।
ପ୍ରଧାନମନ୍ତ୍ରୀ ବିରୋଧୀ ନେତୃବୃନ୍ଦଙ୍କୁ ପ୍ରଶଂସା କରି କହିଛନ୍ତି, କଂଗ୍ରେସରେ ଅନେକ ଯୁବ ନେତା ବହୁତ ପ୍ରତିଭାଶାଳୀ ଅଟନ୍ତି । କିନ୍ତୁ ପରିବାରର ଅସୁରକ୍ଷା ପାଇଁ ସେମାନଙ୍କୁ କହିବାକୁ ସୁଯୋଗ ଦିଆଯାଉ ନାହିଁ । ଯୁବ ନେତାଙ୍କ ଉପସ୍ଥିତି ରାହୁଲ ଗାନ୍ଧୀଙ୍କୁ ଅସୁରକ୍ଷିତ ଅନୁଭବ କରାଉଥିବ ।
ମୋଦୀ ଚଳିତ ମୌସୁମୀ ଅଧିବେଶନକୁ ନେଇ ଖୁସିବ୍ୟକ୍ତ କରିଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି । ପାରିତ ହୋଇଥିବା ବିଲ୍ ଗୁଡ଼ିକର ସିଧାସଳଖ ପ୍ରଭାବ ଜନତାଙ୍କ ବିକାଶ ଉପରେ ପଡ଼ିବ । ବିରୋଧୀ ଯେଉଁ ବିଲରେ ସାମିଲ ହୋଇ ଆଲୋଚନା କରିପାରିଥାଆନ୍ତେ ସେଥିରୁ ଦୂରେଇ ରହିଲେ ।