ଆସନ୍ତାକାଲି ରାଜ୍ୟର ସମସ୍ତ ପୋଲିସ ଷ୍ଟେସନରେ ଏଫଆଇଆର ଦେବ ବିଜେପି
Khabar Odisha:odisha-bjp-will-file-an-fir-against-the-states-dg-commissioner-and-dcp-tomorrow
ଖବର ଓଡିଶା : 02/03/2023:

ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟୟ କୁ ନେଇ ପୁଣି ତାତିଲା ବିଜେପି | ଆସନ୍ତାକାଲି ରାଜ୍ୟର ସମସ୍ତ ଥାନାରେ ରେ ପୋଲିସ ଡିଜି,ଟ୍ୱିନ ସିଟି ପୋଲିସ କମିଶନର ଙ୍କ ସମେତ  ଭୁବନେଶ୍ବର ଡିସିପିଙ୍କ ବିରୋଧରେ ଏଫଆଇଆର ଦେବ ବିଜେପି । କେବଳ ଏତିକି ନୁହେଁ ୪ ତାରିଖରେ ସବୁ ଏସ୍‌ପି ଅଫିସ ଆଗରେ  ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ହେବ । ପ୍ରେସମିଟ କରି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଯଦି ପୋଲିସ  ଏଫଆଇଆରନେବ ନାହିଁ ତେବେ ଓଡ଼ିଶାର ସବୁ କୋର୍ଟର ଦ୍ବାରସ୍ଥ ହେବ ବିଜେପି । ଆଜି ସାମ୍ବାଦିକ ସମ୍ମିଳନୀ ରେ ସେ କହିଛନ୍ତି କି ବିଜେପି ପାଖରେ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଆକ୍ରମଣ କରିବାର ଫଟୋ ଓ ଭିଡିଓ ପ୍ରମାଣ ଅଛି । ଏହାକୁ ବିଚାର ପାଇଁ ଦ୍ବାରସ୍ଥ ହେବ ବିଜେପି । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବାରୁ ରାଜ୍ୟ ସରକାରଙ୍କ ମୁଣ୍ଡିଆଳ ମାନଙ୍କୁ ଭାରି ବାଧୁଛି । ଏବେ ସଂଗୀନ ଦଫା ଲଗାଉଛି ପୋଲିସ । ଯୁବ ମୋର୍ଚ୍ଚାର ଯୁବକ ଙ୍କ ବିରୋଧରେ ୩୦୭  ଦଫା ଲଗାଇବା ରାଜ୍ୟ ସରକାରଙ୍କ ଏକ  ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା ଏବଂ ଏହି ଷଡ଼ଯନ୍ତ୍ରରେ  ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ସମ୍ପୃକ୍ତ ଅଛନ୍ତି ।

ସେହିପରି ରାଜ୍ୟ ସରକାରଙ୍କ ଅହଙ୍କାର ଚରମସୀମାରେ । ବିରୋଧୀ ଦଳଙ୍କୁ ଭୂମିକା ନିର୍ବାହନ ସମୟରେ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ସରକାର । ଏହା ଏକଛତ୍ରବାଦ ଶାସନର ପରିଚୟ ଦେଉଛି । ସରକାର ଦମନ ମୂଳକ ନୀତି କରୁଛନ୍ତି  । ଓଡ଼ିଶାର ଆଇନ ଶୃଙ୍ଖଳା ବର୍ତ୍ତମାନ ଭୟଙ୍କର ସ୍ଥିତିରେ । ମହିଳା ନିର୍ଯାତନାରେ ଓଡ଼ିଶା ସବୁଠୁ ଆଗରେ । ପୋଲିସର ଅକ୍ଷମତା କାରଣରୁ ଲୋକ ଥାନାକୁ ଯିବାକୁ ଡରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

Subscribe

National International State Sports Entertainment