ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ହରିୟାଣା ବିଧାନସଭା ନିର୍ବାଚନରେ ଅପ୍ରତ୍ୟାଶିତଭାବେ ବିଜୟ ହାସଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ପୁଣି ଥିଲେ ଶାସନ ଭାର ସମ୍ଭାଳିବେ । ଆସନ୍ତା ୧୭ ତାରିଖ ଗୁରୁବାର ଦିନ ନାୟବ ସିଂହ ପୁଣି ଥରେ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ପଞ୍ଚକୁଲାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ନିର୍ବାଚିତ ସଦସ୍ୟମାନେ ପଦ ଓ ଗୋଗନୀୟତାର ଶପଥ ନେବେ । କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସୂଚନା ଦେଇଛନ୍ତି ।
ନାୟବଙ୍କ ରାଜନୈତିକ ଜୀବନ
ଶ୍ରୀ ସୈନୀ ୨୦୧୦ରେ ନାରୈନସିଂହ ଆସନରୁ ଲଢ଼ି ପରାଜୟ ବରଣ କରିଥିଲେ । ଏହା ପରେ ସେ ୨୦୧୪ ପୁଣି ଥିରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୫ରୁ ୨୦୧୯ ଯାଏଁ ମୋନୋହର ଲାଲଙ୍କ ସରକାରରେ ମନ୍ତ୍ରୀ ପଦରେ ରହିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ କୁରୁକ୍ଷେତ୍ର ଆସନରୁ ଲଢ଼ି ସାଂସଦ ହୋଇଥିଲେ । ୨୦୨୩ରେ ସେ ରାଜ୍ୟ ବିଜେପି ସଭାପତି ମଧ୍ୟ ରହିଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ମନୋହର ଇସ୍ତଫା ଦେବା ପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
୧୯୭୦ ମସିହା ଜାନୁୟାରୀ ୨୫ ତାରିଖରେ ହରିୟାଣାର ଅମ୍ବାଲାରେ ମିଜାପୁରରେ ଏକ ଛୋଟ ଗ୍ରାମରେ ନାୟବ ସିଂହ ସୈନୀଙ୍କ ଜନ୍ମ । ବି.ଆର ଆମ୍ବେଦକର ବି ବିଶ୍ୱବିଦ୍ୟାଳୟର୍ କଳାରେ ସ୍ନାତ କରି ମିରଟର ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିଛନ୍ତି । ଏହା ପରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘରେ ଯୋଗଦାନ କରିଥିଲେ । ସେଠାରେ ସେ ମନୋହର ଲାଲ ଖଟ୍ଟରଙ୍କଠାରୁ ପ୍ରେରଣା ପାଇ ଭାରତୀୟ ଜନତା ପାର୍ଟିରେ ଯୋଗ ମିଶିଥିଲେ ।