ଏକଜିଟ୍ ପୋଲ୍: ଆମେଠୀ ନା ରାୟବରେଲୀ? କଂଗ୍ରେସ ହାତରୁ ଖସିପାରେ ଗୋଟିଏ ଆସନ !
Khabar Odisha:national-india-politics-congress-may-loss-amethi-or-raybareli
ନୂଆଦିଲ୍ଲୀ, ମେ ୨୦ (ଖବର ଓଡିଶା):

ବିଭିନ୍ନ ଗଣମାଧ୍ୟମ ତରଫରୁ ଏକଜିଟ୍ ପୋଲ୍ ପ୍ରକାଶ ପାଇଛି । ସବୁଥିରେ ଭାରତୀୟ ଜନତା ପାର୍ଟି ବିପୁଳ ପରିମାଣରେ ବିଜୟୀ ହୋଇ କେନ୍ଦ୍ରରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି ବୋଲି ଅନୁମାନ କରାଯାଉଛି । ଯାହା ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦେଶର ସବୁଠାରୁ ଅଧିକ ଆସନ ଥିବା ଉତରପ୍ରଦେଶରେ ବିଜେପି ୬୨ରୁ ୬୭ ଆସନ ପାଇବାର ସମ୍ଭାବନା ରହିଛି  ।  ଯାହା ବିଏସପି-ଏସପି ମେଂଟ ଏବଂ କଂଗ୍ରେସ ପାଇଁ ଏକ ବଡ ଝଟକା ସହ ସମାନ । ତେବେ କଂଗ୍ରେସ ଏଠାରେ ୧ରୁ ୨ଟି ଆସନ ଜିତିବ ବୋଲି  ଗଣମାଧ୍ୟମ ନ୍ୟୁଜ ୧୮ରେ ଅନୁମାନ କରାଯାଉଛି । କାରଣ ଏହି ଦୁଇଟି ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ତାଙ୍କ ମା ସୋନିଆ ଗାନ୍ଧି ନିର୍ବାଚନ ଲଢୁଛନ୍ତି ।

ଯଦି ଏକଜିଟ୍ ପୋଲର ସଂଖ୍ୟା ସତ ହୁଏ ତେବେ ଦଳ ୟୁପିରେ ମାତ୍ର ଗୋଟିଏ ଆସନରେ ଅଟକିଯିବ । ଏହା ସୋନିଆ ଗାନ୍ଧିଙ୍କ ରାୟବରେଲୀ କିମ୍ବା ରାହୁଲଙ୍କ ଆମେଠୀ ହୋଇପାରେ । ତେବେ ରାହୁଲଙ୍କ ଆସନ ସବୁଠାରୁ ବିପଦରେ ଥିବା କୁହାଯାଉଛି ।

ରାହୁଲ କେରଳର ବାୟନାଡ ଆସନରୁ ମଧ୍ୟ ନିର୍ବାଚନ ଲଢିଛନ୍ତି । ଆମେଠୀରେ ରାହୁଲଙ୍କୁ ଚ୍ୟାଲେଂଜ ଦେଇଥିବା ସ୍ମୃତି ଉରାନୀ ରାହୁଲ ଏଠାରୁ ହାରୁଥିବା ଖବର ତାଙ୍କ ପାଖରେ ଆଗରୁ ଥିବା କହିଛନ୍ତି  । ତେଣୁ ବାୟନାଡରୁ ନିର୍ବାଚନ ଲଢିଛନ୍ତି । ସେପଟେ ଆମେଠୀ ଏବଂ ରାୟବରେଲୀ ଆସନରୁ ମହାମେଂଟ କୌଣସୀ ହେଲେ ପ୍ରାର୍ଥୀ ଦେଇନାହିଁ ।

ସୂଚନାଯୋଗ୍ୟ କି, ୨୦୧୪ରେ ମୋଦୀ ଲହର ମଧ୍ୟରେ ସ୍ମୃତିଙ୍କୁ ୧୫ ଦିନ ଆଗରୁ ଆମେଠୀରେ ପ୍ରାର୍ଥୀ କରାଯାଇଥିଲା । ସେତେବେଳେ ରାହୁଲ ୧ ଲକ୍ଷ ଭୋଟରେ ଜିତିଥିଲେ ।  

  • Tags:

Subscribe

National International State Sports Entertainment