ଶ୍ରୀନଗର: ମଙ୍ଗଳବାର ହରିୟାଣା ଏବଂ ଜମ୍ମୁ କାଶ୍ମୀରର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାରେ ଲାଗିଛି । ହରିୟାଣାରେ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ଦେଖିବାକୁ ମିଳୁଛି । ମାତ୍ର ଜମ୍ମୁ କାଶ୍ମୀର ନିର୍ବାଚନରେ ଏହାର ବ୍ୟତିକ୍ରମ ପରିଲଖିତ ହୋଇଛି । ଏଠାରେ ମେଣ୍ଟ ସରକାର ହେବାକୁ ଯାଉଛି ଏଥିରେ କୌଣସି ସନ୍ଦେହ ନାହିଁ । ସମ୍ପୂର୍ଣ୍ଣ ଫଳାଫଳ ବାହାରିବା ପୂର୍ବରୁ ଏଠାରେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ତାହା ଘୋଷଣା ହୋଇସାରିଛି । ଓମାର ଅବଦୁଲ୍ଲା ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଛନ୍ତି ନ୍ୟାସନାଲ କଂଗ୍ରେସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ।
ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ଜନତା ତାଙ୍କର ମତ ଦେଇ ସାରିଛନ୍ତି, ସେମାନେ ପ୍ରମାଣିତ କରିଛନ୍ତି ଯେ ଅଗଷ୍ଟ 5 ରେ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ସେମାନେ ଗ୍ରହଣ କରି ନାହାଁନ୍ତି । ଓମାର ଅବଦୁଲ୍ଲା ବଡ଼ଗାମରୁ ବିଜୟ ହାସଲ କରିଛନ୍ତି । ସେ ପିଡପିର ପ୍ରାର୍ଥୀ ଆଗା ସେଦ୍ ମୁନ୍ତଜୀରଙ୍କୁ 18000 ରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ।