ନରେନ୍ଦ୍ର ମୋଦୀଙ୍କ ଭାରତକୁ କେହି ଆଖି ଉଠେଇ ଚାହିଁପାରିବେନି, ରାହୁଲ୍ ଅଯଥା ମିଥ୍ୟା ପ୍ରଚାର କରୁଛନ୍ତି : ରବି ଶଙ୍କର
Khabar Odisha:coronavirus-politics-ravi-shankar-prasad-says-rahul-gandhi-spreading-lies-on-coronavirus-facts-are-being-manipulated
ନୂଆଦିଲ୍ଲୀ, ମେ ୨୭ (ଖବର ଓଡ଼ିଶା):

 କରୋନା ଭାଇରସ ମୁକାବିଲା ନେଇ ଦେଶରେ ଜାରି ହୋଇଥିବା ଲକ୍‌ ଡାଉନ୍‌ ଏବଂ ଚାଇନା-ନେପାଳ ସହ ହୋଇଥିବା ସୀମା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଉପରେ ଆରୋପ ଲଗାଉଛନ୍ତି। ଏହାର ଜବାବ ରଖିବା ସହ ରାହୁଲଙ୍କ ଉପରେ ବର୍ଷିଛନ୍ତି ଆଇନ ମନ୍ତ୍ରୀ ରବି ଶଙ୍କର  ପ୍ରସାଦ ।

କେନ୍ଦ୍ର ସରକାରଙ୍କ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା,  ଲକ୍‌ ଡାଉନ୍‌ ଏବଂ ଚାଇନା-ନେପାଳ ସହ ହୋଇଥିବା ସୀମା ବିବାଦ ବଢୁଥିବା ସମାଲୋଚନା କରିଛନ୍ତି ରାହୁଲ୍ ଗାନ୍ଧୀ । ଏହାସହ ଚୀନ ଏବଂ ନେପାଳ ସହ କ’ଣ ସମସ୍ୟା ରହିଛି ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ରାହୁଲ୍ କହିଛନ୍ତି। ଏହାର ଜବାବରେ ବିଜେପି ନେତା ତଥା ଆଇନ ମନ୍ତ୍ରୀ ରବିଶଙ୍କ ପ୍ରସାଦ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ଭାରତକୁ କେହି ଆଖି ଉଠାଇ ଚାହିଁ ପାରିବେ ନାହିଁ। ରାହୁଲ ଏଭଳି ମନ୍ତବ୍ୟ ଦେଇ ଦେଶର ମନୋବଳକୁ ଦୁର୍ବଳ କରିବା ସହ ନିଜ ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଁଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ଲକ୍‌ ଡାଉନ୍‌ ଯୋଗୁ ଦେଶରେ କରୋନା ନିୟନ୍ତ୍ରଣରେ ରହିଛି। ଏହାକୁ ସମାଲୋଚନା କରିବା ହାସ୍ୟାସ୍ପଦ ।

କେନ୍ଦ୍ର ସରକାର ଦେଶରେ କରୋନା ଭାଇରସ ନିୟନ୍ତ୍ରଣ ରଖିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ତାହା ରାହୁଲ୍ ଗାନ୍ଧୀ ଦେଖନ୍ତୁ ବୋଲି  ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ।

  • Tags:

Subscribe

National International State Sports Entertainment