ନୂଆଦିଲ୍ଲୀ: ପହଲଗାମ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ଥିବା ସନ୍ଦେହ ଧିରେ ସୁଦୃଢ଼ ହେବାରେ ଲାଗିଛି । ପାକିସ୍ତାନ ଯେତେ ମୁହଁ ଟାଣ କରି ଜବାବ ଦେଉଥିଲେ ମଧ୍ୟ ଭାରତର ଅସଲ ମୁଖାକୁ ବିଶ୍ୱ ସମ୍ମୁଖରେ ଖୋଲିବାରେ ଲାଗିଛି । ଦେଶର ଏପରି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ମତ ଦେବାକୁ ବୁଦ୍ଧିଜୀବି କହୁଥିବାବେଳେ କଂଗ୍ରେସ କିନ୍ତୁ ନିଜର ଚିରାଚରିତ ଢଙ୍ଗରୁ ବିରତ ହେଉ ନାହିଁ । ଗୋଟିଏ ପଟେ ରାହୁଲ ଗାନ୍ଧୀ ନିଜର ନେତାକୁ ଆପତ୍ତି ଜନକ ଟିପ୍ପଣୀ ନ ଦେବାକୁ ତାଗିଦ କରୁଥିବାବେଳେ ତାଙ୍କ ଦଳ କିନ୍ତୁ ଅନ୍ୟ ଏକ ଦିଗରେ ଗତି କରୁଛି । ପହଲଗାମକୁ ନେଇ କଂଗ୍ରେସର ହୀନ ରାଜନୀତି କରୁଥିବା ଦେଖିବାକୁ ମିଳିଛି । ବିରୋଧୀ ନିଜର ସମସ୍ତ ନୈତିକତା ଭୁଲି ଯାଇଛି । କଂଗ୍ରେସର ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ରାଜନୀତି ସରଗରମ ହୋଇଛି ।
କଂଗ୍ରେସର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟର ପୋଷ୍ଟ କରାଯାଇଛି । ଯେଉଁଥିଲେ କୁର୍ତ୍ତା ପିନ୍ଧା ଫଟୋ ରହିଛି । କିନ୍ତୁ ସେଥିରେ ମୁଣ୍ଡ ନାହିଁ । ଆଉ ତା ସ୍ଥାନରେ ଲେଖା ହୋଇଛି ‘ଗାଏବ୍’ । ଆଉ ପୋଷ୍ଟରେ ଲେଖାଯାଇଛି ‘ଦାୟିତ୍ୱ ନେବା ସମୟ-ଗାଏବ୍’ । ଯାହାକି ପ୍ରଧାନମନ୍ତ୍ରୀଙ୍କ ଶରୀରକୁ ସ୍ପଷ୍ଟ ଦର୍ଶାଉଛି । ଯାହାକୁ ନେଇ ରାଜନୀତି ଜୋର ଧରିଛି । କଂଗ୍ରେସର ଏଭଳି କୁତ୍ସିତ ମାନସିକତା ପାଇଁ ବିଜେପି କଡ଼ା ସମାଲୋଚନା କରିଛି । ଅନେକ ବିଜେପି ନେତା କଂଗ୍ରେସର ମାନସିକତାକୁ ପାକିସ୍ତାନୀ ଚିନ୍ତାଧାରା ସହିତ ତୁଳନା କରିଛନ୍ତି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଯେତେବେଳେ ଆତଙ୍କବାଦୀ ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇରେ ଏକତ୍ରିତ ହେବାର ସମୟ, ସେତେବେଳେ କଂଗ୍ରେସ ନିଜର ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏଭଳି ହୀନ ଚିନ୍ତାଧାରା ରଖୁଛି । କଂଗ୍ରେସ ଦ୍ୱାରା ପ୍ରକାଶିତ ଏହି ପୋଷ୍ଟର୍ ଆତଙ୍କବାଦକୁ ସମର୍ଥନ କରୁଥିବା ଏହାର ହିଂସାତ୍ମକ ଚିନ୍ତାଧାରାକୁ ପ୍ରକାଶ କରୁଛି । 'ମୁଣ୍ଡକୁ ଶରୀରରୁ ଅଲଗା କରିବା' ଏକ ଆତଙ୍କବାଦୀ ଚିନ୍ତାଧାରା। ରାହୁଲ ଗାନ୍ଧୀ ମୋତେ କୁହନ୍ତୁ ଯେ କଂଗ୍ରେସ ଦଳ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏପରି କିଛି କଳ୍ପନା କରେ କି ବୋଲି ରାହୁଲ ଗାନ୍ଧୀକୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଏହା ଅତ୍ୟନ୍ତ ନିନ୍ଦନୀୟ। ଏହା କଂଗ୍ରେସର ଆଦର୍ଶଗତ ଚିନ୍ତାର ତଳକୁ ଖସିବାର ପ୍ରତୀକ । ଏହାଠାରୁ କଂଗ୍ରେସ ଆଉ କେତେ ତଳକୁ ଖସିବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ସେହିପରି ଅନୁରାଗ ଠାକୁର କହିଛନ୍ତି, କାହିଁକି କଂଗ୍ରେସ ପାକିସ୍ତାନର କଥା କହୁଛି । ଯେତେବେଳେ ଭାରତୀୟଙ୍କ ରକ୍ତ ବହୁଛି, ଆପଣଙ୍କୁ ଦେଖି କଣ କ୍ରୋଧ ଆସୁ ନାହିଁ ? କଂଗ୍ରେସର କଣ ପାକିସ୍ତାନଠାରୁ ପ୍ରତିଶୋଧ ନେବାକୁ ଇଚ୍ଛା ନାହିଁ । ଭାରତରେ ରହି ଭାରତ ବିରୁଦ୍ଧରେ କହୁଛି କଂଗ୍ରେସ । ଏମିତିକ ଭାରତୀୟ ସେନା ସହିତ ମଧ୍ୟ ଛିଡ଼ା ହେଉ ନାହାଁନ୍ତି ।
ସେହିପରି ଆମିତ ମାଲବୀୟ କହିଛନ୍ତି, କେବଳ ମୁସଲିମ୍ ଭୋଟ୍ ବ୍ୟାଙ୍କ୍ ପାଇବା ପାଇଁ କଂଗ୍ରେସ ଚେଷ୍ଟା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲୁଚି ରହିଥିବା ଏହା ତାଙ୍କର କ୍ରୋଧ । କଂଗ୍ରେସ ଏଭଳି ରାଣନୀତି ଆପଣାଇବା ପ୍ରଥମ ଘଟଣା ନୁହେଁ ।